ଓଡିଆନ୍ ନ୍ୟୁଜ

109

ପୁଞ୍ଜିଲାଲ୍ ବିରୋଧରେ ଫାଇନାଲ୍ ଚାର୍ଜସିଟ୍ ଦାଖଲ କଲା କ୍ରାଇମବ୍ରାଞ୍ଚ

Team Odian News |

ପୁଞ୍ଜିଲାଲ୍ ବିରୋଧରେ ଫାଇନାଲ୍ ଚାର୍ଜସିଟ୍ ଦାଖଲ କଲା କ୍ରାଇମବ୍ରାଞ୍ଚ


ଭୁବନେଶ୍ୱର, ୩୧/୧(ଓଡ଼ିଆନ ନ୍ୟୁଜ): ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲବୋମା ବିସ୍ଫୋରଣ ମାମଲାରେ ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ୍ ମେହେର ବିରୋଧରେ ଆଜି ଫାଇନାଲ୍ ଚାର୍ଜସିଟ୍ ଦାଖଲ କରିଛି କ୍ରାଇମବ୍ରାଞ୍ଚ। ୬୫ପୃଷ୍ଠାର ଏହି ଫାଇନାଲ ଚାର୍ଜସିଟ ଏସଡିଜେଏମଙ୍କ କୋର୍ଟରେ ଦାଖଲ କରାଯାଇଛି । ୭୬ ଜଣ ସାକ୍ଷ୍ୟଙ୍କ ବୟାନ  ସହ କ୍ରାଇମବ୍ରାଞ୍ଚ ଏହି ଚାର୍ଜସିଟ ଦାଖଲ କରିଛି। ଏହା ପୂର୍ବରୁ ମଧ୍ୟ କ୍ରାଇମବ୍ରାଞ୍ଚ ଦ୍ୱାରା ୩୦୦ ପୃଷ୍ଠାର ଚାର୍ଜସିଟ ଦାଖଲ କରାଯାଇଥିଲା  । ୨୦୧୮ ଫେବ୍ରୁଆରି ୨୩ ତାରିଖରେ ପାଟଣାଗଡ଼ରେ ଘଟିଥିଲା ଏହି ବହୁଚର୍ଚ୍ଚିତ ପାର୍ସଲ ବୋମା ବିସ୍ଫୋରଣ । ସୌମ୍ୟଶେଖର ଓ ରିମାଙ୍କ ବାହାଘରର ୫ ଦିନ ପରେ ଘରେ ପହଁଚିଥିଲା ଏକ ଗିଫ୍‌ଟ ପାର୍ସଲ , ଏହାକୁ ଖୋଲିବା ପରେ ଘଟିଥିଲା ଭୟଙ୍କର ବିସ୍ଫୋରଣ । ଯେଉଁଥିରେ ସୌମ୍ୟଶେଖର ଓ ତାଙ୍କ ଜେଜେମାଙ୍କ ମୃତ୍ୟୁ ହୋଥିବା ବେଳେ ରିମା ଗୁରୁତର ଆହତ ହୋଇ ବହୁଦିନ ଚିକିତ୍ସିତ ହୋଇଥିଲେ। ଆଉ ଏହି ଘଟଣାର ମାଷ୍ଟର ମାଇଣ୍ଡ ଥିଲା ପୁଞ୍ଜିଲାଲ୍ । ସୂଚନାଯୋଗ୍ୟ, କିଛି ଦିନ ତଳେ ୬ ଜଣ ଡକାୟତଙ୍କ ସହ ଜେଲରୁ ଫେରାର୍‌ ହୋଇଯିବା ପାଇଁ ସେ ଯୋଜନା କରିଥିବାର ଖବର ଆସିଥିଲା । ତେବେ ଫାଟକ ଜଗିଥିବା ୱାର୍ଡର ସାଇରନ୍‌ ବଜାଇ ଦେବାରୁ ପୁଞ୍ଜିଲାଲର ଫେରାର ଉଦ୍ୟମ ପଣ୍ଡ ହୋଇଥିଲା । ଜେଲ କର୍ମଚାରୀ ୬ ଜଣ ଡକାୟତଙ୍କ ସମେତ ପୁଞ୍ଜିଲାଲକୁ ସେଲ୍‌ ଭିତରକୁ ନେଇଥିଲେ । ଘଟଣାଟି ସେତେବେଳେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା।  ପୁଞ୍ଜିଲାଲ୍ ମେହେରକୁ ଘଟଣାର ୨ମାସ ପରେ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା।