ଓଡିଆନ୍ ନ୍ୟୁଜ

129

ଓଡିଶା ପୋଲିସ ସଂଘର ଚେତାବନୀ: ଦାବି ପୂରଣ ନହେଲେ ୧୦ରୁ ସାମୂହିକ ଛୁଟିରେ ଯିବେ

Team Odian News |

ଓଡିଶା ପୋଲିସ ସଂଘର ଚେତାବନୀ:  ଦାବି ପୂରଣ ନହେଲେ ୧୦ରୁ ସାମୂହିକ ଛୁଟିରେ ଯିବେ 


ଭୁବନେଶ୍ୱର, ୩୧/୧(ଓଡ଼ିଆନ ନ୍ୟୁଜ):  ଆସନ୍ତା ୫ ତାରିଖରେ ଦାବି ପୂରଣ ନହେଲେ, ୧୦ରୁ ସମୂହ ଛୁଟିରେ ଯିବେ ବୋଲି ଚେତାବନୀ ଦେଇଛି ଓଡିଶା ପୋଲିସ ସଂଘ । ଓଡିଶା ପୋଲିସ ସଂଘ ସଭାପତି ସତ୍ୟଜିତ ମିଶ୍ର ଏନେଇ ସୂଚନା ଦେଇଛନ୍ତି । ଆସନ୍ତା ୫ରେ ସରକାରଙ୍କ ସହ ୬ ଦଫା ଦାବି ନେଇ ସଂଘର ଆଲୋଚନା ରହିଛି । ସରକାରଙ୍କ ସହ ଆଲୋଚନା ବିଫଳ ହେଲେ  ୬ରୁ କଳାବ୍ୟାଜ ପିନ୍ଧିବେ ରାଜ୍ୟର ସବୁ ପୋଲିସ ବୋଲି ସୂଚନା ମିଳିଛି । ଏହା ପରେ ୧୦ ରୁ ସମୂହ ଛୁଟିରେ ଯିବେ ବୋଲି କହିଛି ସଂଘ ।  ସେପଟେ ଗତକାଲି ପୋଲିସ-ହାବିଲଦାର-କନଷ୍ଟେବଲ-ସିପାହୀ ମହାସଂଘର କାର୍ଯ୍ୟବନ୍ଦ ନିଷ୍ପତ୍ତି ନେଇଥିଲା । ୪ ଦଫା ଦାବିରେ ସରକାରଙ୍କ ସହ ଆଲୋଚନା ବିଫଳ ହେବାରୁ ଆନ୍ଦୋଳନକୁ ଓହ୍ଲାଇବ ବୋଲି ସଂଘ କହିଥିଲା । ଆସନ୍ତା ୪ ତାରିଖରେ କଳା ବ୍ୟାଜ ପିନ୍ଧି ପ୍ରତିବାଦ କରିବା ସହ ଗୁଳି ବନ୍ଧୁକ ଫେରାଇବେ ବୋଲି ସଂଘ କହିଛି । ଆସନ୍ତା ୫ରୁ ସମୁହ କାର୍ଯ୍ୟବନ୍ଦ ଅନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛି ।