ଓଡିଆନ୍ ନ୍ୟୁଜ

71

ଟ୍ରାଇର ନୂଆ ନିୟମ: କେବଳ ନିଜପସନ୍ଦ ଚ୍ୟାନେଲ ପାଇଁ ଟଙ୍କା ଦେବେ ଗ୍ରାହକ

Team Odian News |

ଟ୍ରାଇର ନୂଆ ନିୟମ: କେବଳ ନିଜପସନ୍ଦ ଚ୍ୟାନେଲ ପାଇଁ ଟଙ୍କା ଦେବେ ଗ୍ରାହକ


ଭୁବନେଶ୍ୱର,୧/୨ (ଓଡ଼ିଆନ ନ୍ୟୁଜ): ଟେଲିକମ୍ ରେଗୁଲେଟାରି ଅର୍ଥରିଟି ଅଫ୍ ଇଣ୍ଡିଆ(ଟ୍ରାଇ) ଆଜିଠାରୁ ଲାଗୁ କରିଛି ନୂଆ ଡିଟିଏଚ୍ ନିୟମ । ଏହାଦ୍ୱାରା ଗ୍ରାହକମାନଙ୍କୁ ଆଉ ଅଯଥା ଚ୍ୟାନେଲ ପାଇଁ ଟଙ୍କା ଦେବାକୁ ପଡ଼ିବ ନାହିଁ । ସେମାନେ ଯେଉଁ ଚ୍ୟାନେଲ୍ ଦେଖିବେ କେବଳ ସେହି ଚ୍ୟାନେଲ୍ ପାଇଁ ଟଙ୍କା ପୈଠ କରିବେ ବୋଲି ଟ୍ରାଇ ତରଫରୁ ସୂଚନା ମିଳିଛି । ଡିଟିଏଚ୍ କମ୍ପାନି କେବଳ ସେହି ଚ୍ୟାନେଲଗୁଡିକ ପାଇଁ ଟଙ୍କା ନେବେ ଯାହାକୁ ଦର୍ଶକ ଚୟନ କରିଥିବେ। ଦର୍ଶକ ନିଜ ଡିଟିଏଚ୍ କମ୍ପାନିର ୱେବ ପୋର୍ଟାଲକୁ ଯାଇ ସେଠାରେ ଲଗ୍ ଇନ୍ କରି ଚ୍ୟାନେଲ୍ ଚୟନ କରିବାର ସୁବିଧା ଉପଲବ୍ଧ ରହିବ । ଯେଉଁଥିରେ ଦର୍ଶକମାନେ ନିଜ ମନପସନ୍ଦର ଟିଭି ସୋ’ର ମଜା ନେବା ସହ ଅଯଥା ଚ୍ୟାନେଲ ପାଇଁ ଟଙ୍କା ଦେବାକୁ ପଡ଼ିବ ନାହିଁ ବୋଲି ଟ୍ରାଇ କହିଛି ।