ଓଡିଆନ୍ ନ୍ୟୁଜ

173

ଫେବ୍ରୁଆରି ୨୨ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା

Team Odian News |

ଫେବ୍ରୁଆରି ୨୨ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା


କଟକ,୧/୨ (ଓଡ଼ିଆନ ନ୍ୟୁଜ): ଚଳିତ ବର୍ଷ ଫେବ୍ରୁଆରି ୨୨ରୁ ଆରମ୍ଭ ହୋଇ ମାର୍ଚ୍ଚ ୮ ତାରିଖ ଯାଏ ହେବ ମାଟ୍ରିକ ପରୀକ୍ଷା । ଏଥିପାଇଁ ଛାତ୍ରଛାତ୍ରୀ ଫେବ୍ରୁଆରି ୮ରୁ ପାଇପାରିବେ ମାଟ୍ରିକ ଆଡମିଟ୍‌ କାର୍ଡ। ଚଳିତ ବର୍ଷ ୫ ଲକ୍ଷ ୭୨ ହଜାର ୬୯୯ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ୨୮୩୦ ପରୀକ୍ଷା କେନ୍ଦ୍ରରେ  ପରୀକ୍ଷା ହେବ । ଏହାସହ ମାଟ୍ରିକ ପରୀକ୍ଷା ପାଇଁ ହେବ ୩୦୪ ନୋଡାଲ ସେଣ୍ଟର। ପରୀକ୍ଷା ସିଟିଂରେ ଏଥର ପରିବର୍ତ୍ତନ କରାଯାଇଛି। ମୋଟ ୬୯୩ଟି ଡେସପାଚ୍ ଟିମ୍‌ ଗଠନ କରାଯାଇ ନୋଡାଲ ସେଣ୍ଟରରୁ ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ରକୁ ପଠାଯିବାର ବ୍ୟବସ୍ଥା କରାଯାଇଛି। ପ୍ରଥମ ସିଟିଂ ସକାଳ ୧୦ଟାରୁ ସାଢେ ୧୨ଟା  ଓ ଦ୍ୱିତୀୟ ସିଟିଂ  ଦିନ ୨ଟାରୁ ୪ଟା ୩୦ ପର୍ଯ୍ୟନ୍ତ ହେବ। ସେହିଭଳି ମାଟ୍ରିକ ପରୀକ୍ଷା ପରେ ଅନ୍‌ ଲାଇନ୍‌ରେ ହେବ OTET ପରୀକ୍ଷା। OTET ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ରୋକିବାକୁ ସ୍ୱତନ୍ତ୍ର ପଦକ୍ଷେପ ନିଆଯିବ ।