ଓଡିଆନ୍ ନ୍ୟୁଜ

175

ସମ୍ବଲପୁର ପାଇଁ ୮୮ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Team Odian News |

ସମ୍ବଲପୁର ପାଇଁ ୮୮ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କଲେ ମୁଖ୍ୟମନ୍ତ୍ରୀ 


ଭୁବନେଶ୍ୱର,୧/୨ (ଓଡ଼ିଆନ ନ୍ୟୁଜ): ସମ୍ବଲପୁରରେ ଆଜି ବିଜୁ ଯୁବ ବାହିନୀ ସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ବଡ଼ ଘୋଷଣା କରିଛନ୍ତି । ସେ ସମ୍ବଲପୁର ପାଇଁ ୮୮ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିଛନ୍ତି । ଏହାସହ ଆଜିର ଏହି ଗସ୍ତରେ ୧୦୦ କୋଟିର ପ୍ରକଳ୍ପ ଉଦଘାଟନ କରିବା ସହ ୩୩୮ କୋଟି ଟଙ୍କାର ପ୍ରକଳ୍ପ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ୨୦ କୋଟି ବିନିଯୋଗରେ ମାଳତୀଯୋର ସେତୁ ଓ ୧୦ କୋଟି ଟଙ୍କାରେ ବାଲିବନ୍ଧ ସେତୁ ନିର୍ମାଣ କରିବେ ରାଜ୍ୟ ସରକାର । ଏହାସହ ଜିଲ୍ଲା ସ୍କୁଲ ଠାରୁ ଆରମ୍ଭ କରି ନକ୍ସାପାଲୀ ରୋଡ଼ ପର୍ଯ୍ୟନ୍ତ ରାସ୍ତାକୁ ୪୦ କୋଟି ଟଙ୍କା ଏବଂ ଦୁର୍ଗାପାଲୀ ଠାରୁ ଏନ.ଏଚ ପର୍ଯ୍ୟନ୍ତ ୧୫ କୋଟି ଟଙ୍କାରେ ୪ ଲେନ୍ ବିଶିଷ୍ଟ ରାସ୍ତା ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏହାସହ ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ଷ୍ଟାଡ଼ିୟମରେ ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀ ୩ କୋଟି ଟଙ୍କା ଅନୁମୋଦନ ଦିଆଯିବ । ଆଜିର ଏହି ଗସ୍ତରେ ମୁଖ୍ୟମନ୍ତ୍ରୀ ନେଲସନ୍ ମାଣ୍ଡେଲା ଛକରେ ୧୧୭.୭୨ କୋଟି ଟଙ୍କା ବ୍ୟୟରେ ମହାନଦୀ ଉପରେ ଏକ ବୃହତ ସେତୁର ଉଦଘାଟନ କରିଛନ୍ତି । ଏହି ସେତୁ ଦ୍ୱାରା ଚାଉପୁର,ଗୋଶାଳା ଓ ଚିପିଲିମା ଆଦି ଅଞ୍ଚଳ ସମ୍ବଲପୁର ସହିତ ସିଧାସଳଖ ଯୋଡ଼ି ହେବ ।