ଓଡିଆନ୍ ନ୍ୟୁଜ

136

ଷଷ୍ଠ ନୋଏଡା ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ : ‘ବାଜି ଦ ଇର୍ମୋଟାଲ୍ ବୋଟ୍ ବୟ୍’ ଶ୍ରେଷ୍ଠ ଏଡିଟିଙ୍ଗ୍ ଚଳଚ୍ଚିତ୍ରର

Team Odian News |

ଷଷ୍ଠ ନୋଏଡା ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ : ‘ବାଜି ଦ ଇର୍ମୋଟାଲ୍ ବୋଟ୍ ବୟ୍’  ଶ୍ରେଷ୍ଠ ଏଡିଟିଙ୍ଗ୍ ଚଳଚ୍ଚିତ୍ରର 

 ନୂଆଦିଲ୍ଲୀ,୧/୨ (ଓଡ଼ିଆନ ନ୍ୟୁଜ): ନୂଆଦିଲ୍ଲୀ ଠାରେ ଚଳିତ ମାସ ୨୭ ତାରିଖରେ ମିନି ବକ୍ସ ଅଫିସ୍ ଦ୍ୱାରା ଆୟୋଜିତ ଷଷ୍ଠ ନୋଏଡା ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ ୨୦୧୯ରେ ‘ବାଜି ଦ ଇର୍ମୋଟାଲ୍ ବୋଟ୍ ବୟ୍’ ସିନେମା ଚଳିତ ବର୍ଷର ସର୍ବଶ୍ରେଷ୍ଠ ଏଡିଟିଙ୍ଗ୍ ଚଳଚ୍ଚିତ୍ରର ଭାବେ ପୁରସ୍କୃତ ହୋଇଛି । ଏହି ସିନେଳମାଟି ଓଡ଼ିଶାର ଗୌରବମୟ ଗାଥାକୁ ପ୍ରତିଫଳିତ କରିବା ସହିତ ଓଡିଶାର ଅଦମ୍ୟ ଉତ୍ସାହକୁ ପୁନରୁଦ୍ରେକ କରିବାରେ ସଫଳ ହୋଇଛି । ଚଳଚ୍ଚିତ୍ରର ସମ୍ପାଦକ କମଳାକାନ୍ତ ସାହୁ ଏହା ମାଧ୍ୟମରେ ନିଜର ମାତୃଭୂମି ପ୍ରତି ଏକ ଛୋଟବାଳକର ସାହସିକତା ମନୋଭାବକୁ ଚିତ୍ରିତ କରିଛନ୍ତି । ଯାହା ସ୍ୱାଧୀନତା ସଂଗ୍ରାମ ସମୟରେ ଓଡିଶାର ସର୍ବ କନିଷ୍ଠ ଯୁବ ଶହୀଦ ବାଜି ରାଉତଙ୍କ ମରୋଣତର ବୀରତ୍ୱ ଗାଥାକୁ ପରିପ୍ରକାଶ କରିଛି । ସିନେମାର ନିର୍ଦ୍ଦେଶନା ଚିନ୍ମୟ ଦାସ ଦେଇଥିବା ବେଳେ ଏହାର ନିର୍ମାଣ ଦାୟିତ୍ୱ ସତ୍ୟବ୍ରତ ସାନୁ ରଥ ସମ୍ଭାଳିଛନ୍ତି । ଉଭୟ ଓଡିଶାର ଗୌରବମୟ ଗାଥାକୁ ବିଶ୍ୱ ଦରବାରରେ ପୁନରୁଥାନ କରିବା ନିମନ୍ତେ ଏକ ଅତ୍ୟୁତମ ପ୍ରୟାସ କରିବା ସହିତ ମାତୃଭୂମି ପ୍ରତି ନିଜ ନିଜର ପ୍ରେମ ଭାବନାକୁ ମଂଚରେ ଉପସ୍ଥାପନ କରିଛନ୍ତି । ସିନେମାର ସଫଳତା ନିର୍ମାତା ସତ୍ୟବ୍ରତ ସାନୁ ରଥ ଚଳଚ୍ଚିତ୍ର ନିର୍ମାଣରେ ଅଂଶୀଦାର ସମସ୍ତ ବ୍ୟକ୍ତିଙ୍କୁ ଅଶେଷ ଶୁଭକାମନା ଜଣାଇଛନ୍ତି । ଏହାସହ ଶ୍ରୀ ରଥ କହିଥିଲେ ଯେ ବାଜି ଚଳଚ୍ଚିତ୍ର ଏକ ନୂତନ ପରିଚୟ ପାଇଥିବାରୁ ସେ ଅତ୍ୟନ୍ତ ଖୁସି । ଓଡିଆ ଚଳଚ୍ଚିତ୍ର ଉପରେ ଥିବା ଲୋକମାନଙ୍କର ଭାବନାକୁ ପରିବର୍ତ୍ତନ କରିବା ନିମନ୍ତେ ମୋର ସ୍ୱପ୍ନ ଏବେ ପ୍ରଥମ ସୋପାନ ହାସଲ କରିଛି । ଆଗାମୀ ପୀଢିର ନିର୍ଦ୍ଦେଶକ ଏବଂ ବିଷୟ ବସ୍ତୁକୁ ପ୍ରେରଣା ପ୍ରଦାନ କରିବା ନିମନ୍ତେ ପ୍ରିଲିଉଡ୍ ପ୍ରଡକସନ୍ସ୍ ଆଗାମୀ ଦିନରେ ଏହିପରି ଚଳଚ୍ଚିତ୍ର ମାଧ୍ୟମରେ ଦର୍ଶକମାନଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରୟାସ କରିବ । ସୂଚନା ଅନୁଯାୟୀ ଏହି ଚଳଚ୍ଚିତ୍ରଟି ପ୍ରିଲିଉଡ୍ ପ୍ରଡକସନ୍ସ୍ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ବେଳେ ଏହାର ପଟ୍ଟକଥାକୁ ସୁମିତ ପଣ୍ଡା ରୂପରେଖ ପ୍ରଦାନ କରିଛନ୍ତି । ଚଳଚ୍ଚିତ୍ରର କାହାଣୀ ଏବଂ ପଟ୍ଟକଥାକୁ ଚିନ୍ମୟ ଦାସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପ୍ରସ୍ତୁତ କରାଯାଇଥିବା ବେଳେ ସୌମ୍ୟ ମହାନ୍ତି ଫଟୋଚିତ୍ର ଉତୋଳନର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ ସମ୍ପାଦାନ କରିଛନ୍ତି । ଅରିଜିତ୍ ମିଶ୍ର ଏହି ଚଳଚ୍ଚିତ୍ରରେ ବାଜି ରାଉତ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ବେଳେ ପ୍ରଣବ ପ୍ରସନ୍ନ ରଥ, ପାର୍ଥ ସାରଥୀ ରାୟ, ଭାସ୍ୱତୀ ବାସୁ, ବିକାଶ ଚୌଧୁରୀ, ନିଶିକାନ୍ତ ନାୟକ, ଜଗନ୍ନାଥ ରଥ, ଦୀପାଞ୍ଜଳୀ ମହାନ୍ତି, ଭିକି ବିଜୟ ପ୍ରମୁଖ କଳାକାରମାନେ ସେମାନଙ୍କର ଭୂମିକାକୁ ଅକ୍ଷୁର୍ଣ୍ଣ ଭାବରେ ଦର୍ଶକଙ୍କ ଆଗରେ ପ୍ରତିପାଦନ କରିଛନ୍ତି ।