ଓଡିଆନ୍ ନ୍ୟୁଜ

146

ଆପୋଲୋ ହସ୍ପିଟାଲରେରେ ଭୟାବହ ଅଗ୍ନିକାଣ୍ଡ

Team Odian News |

ଭୁବନେଶ୍ୱର, ୨/୨ (ଓଡ଼ିଆନ ନ୍ୟୁଜ): ହସ୍ପିଟାଲରେରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଆଜି ଦିନ ପ୍ରାୟ ୧୧ ଟା ସମୟରେ ଏହି ଅଗ୍ନିକାଣ୍ଡ ଘଟିଛି । ପଞ୍ଚମ ମହଲାର ଇଲେକ୍ଟ୍ରୋନିକ ଓ ବ୍ୟାଟେରୀ ରୁମରେ ନିଅାଁ ଲାଗିଥିବା ସୂଚନା ମିଳିଛି । କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଛି ତାହା ଏଯାଏଁ ଜଣାପଡ଼ିନାହିଁ । ତେବେ ଅଗ୍ନିଶମ ବାହିନୀ ର ୩ ଟି ଗାଡି ଘଟଣାସ୍ଥଳରେ ପହଞ୍ଚି ନିଅାଁକୁ ଆୟତ୍ତ କରିବାରେ ସମର୍ଥ ହୋଇଛି । ଅପରପକ୍ଷରେ ହସ୍ପିଟାଲରେ ସମସ୍ତ ରୋଗୀମାନଙ୍କୁ ସ୍ଥାନାନ୍ତର କରାଯାଉଛି । ପଞ୍ଚମ ମହଲାରେ ଆଇସିୟୂ ରହିଥିବାରୁ ରୋଗୀ ମାନେ କିଭଳି ଏହି ଅଗ୍ନିକାଣ୍ଡ ରୁ ବର୍ତ୍ତିବେ ସେ ନେଇ ହସ୍ପିଟାଲ କର୍ତ୍ତୃପକ୍ଷ ତୁରନ୍ତ ସେମାନଙ୍କୁ ବାହାରକୁ ଆଣିଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ଭୁବନେଶ୍ୱର ଡିସିପି ପହଞ୍ଚି ପାରିପାର୍ଶ୍ବିକ ପରିସ୍ଥିତି ଯାଞ୍ଚ କରୁଛନ୍ତି ।