ଓଡିଆନ୍ ନ୍ୟୁଜ

182

ସିବିଆଇ ତଦନ୍ତ ଦାବିରେ ଧାରଣାରେ ବସିଲେ ଅଭିନେତ୍ରୀ ସିମରନଙ୍କ ପରିବାର

Team Odian News |

ସିବିଆଇ ତଦନ୍ତ ଦାବିରେ ଧାରଣାରେ ବସିଲେ ଅଭିନେତ୍ରୀ ସିମରନଙ୍କ ପରିବାର 


ଝାରସୁଗୁଡ଼ା,୨/୨ (ଓଡ଼ିଆନ ନ୍ୟୁଜ): ସମ୍ବଲପୁରୀ ଆଲବମ୍ ଅଭିନେତ୍ରୀ ସିମରନ୍ ମୃତ୍ୟୁ ମାମଲାରେ ନୂଆ ଟ୍ୱିଷ୍ଟ ଦେଖିବାକୁ ମିଳିଛି । ଘଟଣାର ସିବିଆଇ ତଦନ୍ତ ଦାବିରେ ଧାରଣାରେ ବସିଛନ୍ତି ସିମରନଙ୍କ ପରିବାର ଲୋକେ।  ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିଛନ୍ତି। ନ୍ୟାୟ ନମିଳିବା ଯାଏ ଅନଶନ ଜାରି ରଖିବେ ବୋଲି ସିମ୍‌ରନଙ୍କ ବାପା ଓ ମା' କହିଛନ୍ତି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ପରିବାର ଲୋକଙ୍କ ସହ ଆଲୋଚନା କରିଛନ୍ତି। ଏହାପୂର୍ବରୁ ଜିଲ୍ଲପାଳଙ୍କୁ ଭେଟି ମାମଲାରେ ସିବିଆଇ ତଦନ୍ତ ଦାବି କରିଥିଲେ ସିମରନଙ୍କ ପରିବାର। ସମ୍ବଲପୁର ନିକଟ ଗୋଇରା ମଠ ପାଖ ମହାନଦୀ ପୋଲ ତଳୁ ଗତ ମାସରେ  ସିମରନଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ପାରିପାର୍ଶ୍ୱିକ ସ୍ଥିତିରୁ ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଥିଲା। ପରିବାର ଲୋକଙ୍କ ଅଭିଯୋଗ କ୍ରମେ ପୁଲିସ ମାମଲା ରୁଜୁ କରି ତାଙ୍କ ସ୍ୱାମୀ ଧୃବରାଜ ସୁନାଙ୍କୁ ଗିରଫ କରିଥିଲା। ଏହାସହ ତାଙ୍କ ଶାଶୁଘରକୁ ନୋଟିସ ପଠେଇଥିଲା ।