ଓଡିଆନ୍ ନ୍ୟୁଜ

149

ଆସନ୍ତା କାଲି ବିଏସପିରେ ସାମିଲ ହେବେ କୃଷ୍ଣଚନ୍ଦ୍ର ସଗରିଆ

Team Odian News |

ଆସନ୍ତା କାଲି ବିଏସପିରେ ସାମିଲ ହେବେ କୃଷ୍ଣଚନ୍ଦ୍ର ସଗରିଆ


ଭୁବନେଶ୍ୱର,୨/୨ (ଓଡ଼ିଆନ ନ୍ୟୁଜ): ଦଳବିରୋଧୀ କାର୍ଯ୍ୟ ପାଇଁ କଂଗ୍ରେସରୁ ବହିଷ୍କୃତ ହୋଇଥିବା ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ଆସନ୍ତାକାଲି ବହୁଜନ ସମାଜ ପାର୍ଟି(ବିଏସପି)ରେ ଯୋଗ ଦେବେ। ଭୁବନେଶ୍ୱର ଲୋୟର ପିଏମଜିରେ ହେବାକୁ ଥିବା ମିଶ୍ରଣ ଉତ୍ସବରେ ଶ୍ରୀ ସଗରିଆ ନିଜର ସମର୍ଥକଙ୍କ ସହ ବିଏସପିରେ ଆନୁଷ୍ଠାନିକ ଭାବେ ସାମିଲ ହେବେ। ଏହି ମିଶ୍ରଣ ପର୍ବରେ ବିଏସପି ଓଡ଼ିଶା ପ୍ରଭାରୀ ଧରମବୀର ଅଶୋକ ଓ ଦଳର ରାଜ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ରହିବେ।ଏହାସହ  ପ୍ରାୟ ୫ ହଜାର କର୍ମୀ ସାମିଲ ହେବେ ବୋଲି କୁହାଯାଇଛି। ସୂଚନାଯୋଗ୍ୟ, ଗତମାସରେ ଉଭୟ ଶ୍ରୀକାନ୍ତ ଓ ଶଗରିଆଙ୍କୁ କଂଗ୍ରେସ ଦଳବିରୋଧୀ କାର୍ଯ୍ୟ ପାଇଁ ବହିଷ୍କୃତ କରାଯାଇଥିଲା । ଏହାପରେ ବିଧାୟକ ପଦରୁ ଇସ୍ତଫା ଦେଇଥିଲେ ସଗରିଆ ।