ଓଡିଆନ୍ ନ୍ୟୁଜ

166

ପଶ୍ଚିମବଙ୍ଗରେ ରାଜ୍ୟ ପୁଲିସ୍ ଓ ସିବିଆଇ ମୁହାଁମୁହିଁ

Team Odian News |

କୋଲକାତା :, ୩/୨ (ଓଡ଼ିଆନ ନ୍ୟୁଜ): ପଶ୍ଚିମବଙ୍ଗରେ ରାଜ୍ୟ ପୁଲିସ୍ ଓ ସିବିଆଇ ମୁହାଁମୁହିଁ । କୋଲକାତା ପୁଲିସ କମିସନର ରାଜୀବ କୁମାରଙ୍କୁ ଗିରଫ କରିବାକୁ ଯାଇ ହଟହଟା ହୋଇଛି ସିବିଆଇ । ପୁଲିସ କମିସନରଙ୍କୁ ଗିରଫ ଲାଗି ଓ୍ୱାରେଣ୍ଟ ନ ଥିବା ହେତୁ ୫ ସିବିଆଇ ଅଫିସରଙ୍କୁ ଅଟକ ରଖିଥିଲା ପଶ୍ଚିମବଙ୍ଗ ପୋଲିସ । ତେଣେ ପୁଲିସ କମିସନରଙ୍କ ଗିରଫ ବିରୋଧରେ ବାହାରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସମ୍ବିଧାନ ବଞ୍ଚାଇବାକୁ ମେଟ୍ରୋ ଷ୍ଟେସନ ଆଗରେ ଧାରଣାରେ ବସିଛନ୍ତି ମମତା ବାନାର୍ଜୀ । ସେପଟେ କୋଲକାତା ସିବିଆଇ ଅଫିସରେ ପହଞ୍ଚିଛନ୍ତି ସିଆରପିଏଫ ଯବାନ । ସିଆରପିଏଫ ସୁରକ୍ଷାରେ ରହିଛି ସିବିଆଇ ଅଫିସ। ଫଳରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଲଢେଇ ଚରମ ସୀମାରେ ପହଞ୍ଚିଛି। ପୋଲିସ କମିସନର ରାଜୀବ କୁମାରଙ୍କୁ ଗିରଫ କରିବାକୁ ଯାଇ ହଟହଟା ହୋଇଥିଲେ ସିବିଆଇ ଅଧିକାରୀ । ଏହା ପରେ ୫ ଜଣ ସିବିଆଇ ଅଫିସରଙ୍କୁ ଅଟକ ରଖିଥିଲା ପଶ୍ଚିମବଙ୍ଗ ପୋଲିସ । ଗୋଟିଏ ପଟେ ମେଟ୍ରୋ ଷ୍ଟେସନ ଆଗରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଧାରଣାରେ ବସିଥିବା ବେଳେ ଏପଟେ କୋଲକାତାର ସିଜିଓ କମ୍ଲେକ୍ସରେ ଥିବା ସିବିଆଇ ଅଫିସର ସୁରକ୍ଷା ପାଇଁ ମୁତୟନ ହୋଇଛନ୍ତି ସିଆରପିଏଫ ଯବାନ ।