ଓଡିଆନ୍ ନ୍ୟୁଜ

118

ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ

Team Odian News |

ଭୁବନେଶ୍ୱର ୩/୨ (ଓଡ଼ିଆନ ନ୍ୟୁଜ): ଆସନ୍ତାକାଲି ଠାରୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେଉଛି। ଏହାପୂର୍ବରୁ ବିରୋଧୀ ଓ ଶାସକ ଦଳ ପ୍ରସ୍ତୁତ କରିଛନ୍ତି ରଣନୀତି। କଂଗ୍ରେସ ବିଧାୟକ ଦଳ ବୈଠକ ବସି ସରକାରଙ୍କୁ ଗୃହରେ ଘେରିବାକୁ ରଣନୀତି ପ୍ରସ୍ତୁତ ହୋଇଛି। ସେପଟେ ବିରୋଧୀଙ୍କ ମୁକାବିଲା ପାଇଁ ଶାସକ ବିଜେଡି ବି ପ୍ରସ୍ତୁତ ହୋଇଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡି ବିଧାୟକ ଦଳ ବୈଠକ ବସି ବଜେଟ ଅଧିବେଶନ ପାଇଁ ପ୍ରସ୍ତୁତି କରାଯାଇଥିଲା।