ଓଡିଆନ୍ ନ୍ୟୁଜ

143

ପୁରୀ : ଆଦିବାସୀ ଅଧିକାର ରାଲିର ସମାବେଶରେ ଅମିତ ଶାହ

Team Odian News |

ଭୁବନେଶ୍ୱର: ୩/୨ (ଓଡ଼ିଆନ ନ୍ୟୁଜ): ଫେରିଲା ଅମିତ୍ ଶାହଙ୍କ ୨୦୧୭ର ଆକ୍ରମଣାତ୍ମକ ମୁଦ୍ରା। ଶାହ ସେତେବେଳେ ଯେମିତି ବିଜେଡି ସରକାରକୁ ଓପାଡ଼ି ଫୋପାଡ଼ି ଦେବାକୁ ଆହ୍ୱାନ ଦେଇଥିଲେ ଆଜି ମଧ୍ୟ ପୁରୀରେ ଠିକ୍ ସେଇଭଳି ଆହ୍ୱାନ ଦେଇଥିଲେ। ବାରମ୍ବାର ନବୀନଙ୍କ ନାଁ ନେଇ ବର୍ଷିଥିଲେ ଅମିତ୍‌। ଦାନ ମାଝି ଠାରୁ ଆରମ୍ଭ କରି ରତ୍ନଭଣ୍ଡାର ପର୍ଯ୍ୟନ୍ତ କୌଣସି ପ୍ରସଙ୍ଗ ବି ଛାଡ଼ିନଥିଲେ ସେ। ରାଜ୍ୟରେ ନବୀନ ସରକାର କ୍ଷମତାରେ ରହିବାର ଅଧିକାର ନାହିଁ ବୋଲି ଶାହ କହିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଓଡ଼ିଆ ଭାଷା ପ୍ରସଙ୍ଗ ଉଠାଇ ନବୀନଙ୍କୁ ଶାହ କଟାକ୍ଷ କରିଥିଲେ। ନବୀନ ଓଡ଼ିଆ ବୁଝୁ ନଥିବାରୁ ଏଥର ଓଡ଼ିଆ ଜାଣିଥିବା ବ୍ୟକ୍ତିକୁ ମୁଖ୍ୟମନ୍ତ୍ରୀ କରିବାକୁ ସେ ପୁଣିଥରେ ଆହ୍ୱାନ ଦେଇଥିଲେ। କେବଳ ବିଜେଡି ନୁହେଁ ପୁରୀ ମଞ୍ଚରୁ ଅମିତ ଶାହ କଂଗ୍ରେସକୁ ମଧ୍ୟ ଟାର୍ଗେଟ୍‌ କରିଛନ୍ତି। କଂଗ୍ରେସର ଲମ୍ବା ଶାସନ ଓ ବିଜେଡିର ୧୯ ବର୍ଷର ଶାସନରେ ଓଡ଼ିଶାର ବିକାଶ ହୋଇନି ବୋଲି କହିବା ସହ ବିଜେଡିକୁ କଂଗ୍ରେସର ବି ଟିମ୍ ଆଖ୍ୟା ଦେଇଛନ୍ତି କେନ୍ଦ୍ର ବିଜେପି ସରକାରରେ ଡିବିଟି ଅର୍ଥାତ୍ ଡାଇରେକ୍ଟ ବେନିଫିଟ୍‌ ଟ୍ରାନ୍ସଫର୍ ଯୋଜନା ଲାଗୁ ହୋଇଥିବା ବେଳେ କଂଗ୍ରେସ ସମୟରେ ଏହା ଡିନର, ବ୍ରୋକର ଓ ଟ୍ରାନ୍ସଫର ଯୋଜନା ଥିଲା ବୋଲି ଶାହ କଟାକ୍ଷ କରିଛନ୍ତି ।