ଓଡିଆନ୍ ନ୍ୟୁଜ

75

ସିବିଆଇର ନୂଆ ନିର୍ଦ୍ଦେଶକ ଋଷି କୁମାର

Team Odian News |

ସିବିଆଇର ନୂଆ ନିର୍ଦ୍ଦେଶକ ଦାୟିତ୍ୱ ଗ୍ରହଣ କଲେ ଋଷି କୁମାର ନୂଆଦିଲ୍ଲୀ,୪/୨(ଓଡିଆନ୍ ନ୍ୟୁଜ): ସିବିଆଇର ନୂଆ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଲେ ଆଇପିଏସ ଋଷି କୁମାର ଶୁକ୍ଲା । ସେ ଆଜି ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦୁଇ ବର୍ଷ ପାଇଁ ସେ ଏହି ପଦରେ ରହିବେ । ଋଷି କୁମାର ଶୁକ୍ଲା ୧୯୮୩ ବ୍ୟାଚ ମଧ୍ୟପ୍ରଦେଶର କ୍ୟାଡରର ଆଇପିଏସ ଅଫିସର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗଠିତ ହାଇଲେବେଲ ଚୟନ କମିଟିରେ ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇ ଓ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ ସାମିଲ ରହି ତାଙ୍କୁ ସିବିଆଇ ନିର୍ଦ୍ଦେଶକ ଭାବେ ଚୟନ କରିଥିଲେ । ଏହା ପୂର୍ବରୁ ଋଷି ଶୁକ୍ଲା ମଧ୍ୟପ୍ରଦେଶ ପୋଲିସ ଡିଜି ଭାବେ କାମ କରୁଥିଲେ । ଋଷି କୁମାର ଶୁକ୍ଲାଙ୍କ ପୂର୍ବରୁ ସିବିଆଇ ଦାୟିତ୍ୱରେ ଆଲୋକ ବରମା ରହିଥିବା ବେଳେ ତାଙ୍କୁ ନେଇ କିଛିଦିନ ହେଲା ବିବାଦ ରହିଥିଲା । ଋଷି କୁମାରଙ୍କ ପାଇଁ ଏବେ ଅନେକ ଗୁଡିଏ ଆହ୍ୱାନ ରହିଛି ।