ଓଡିଆନ୍ ନ୍ୟୁଜ

69

ପଶ୍ଚିମବଙ୍ଗ ସିବିଆଇ-ପୋଲିସ ବିବାଦ, ଗିରଫ ହେବେନି ରାଜୀବ କୁମାର: ସୁପ୍ରିମକୋର୍ଟ

Team Odian News |

ପଶ୍ଚିମବଙ୍ଗ ସିବିଆଇ-ପୋଲିସ ବିବାଦ, ଗିରଫ ହେବେନି ରାଜୀବ କୁମାର: ସୁପ୍ରିମକୋର୍ଟ ନୂଆଦିଲ୍ଲୀ,୫/୨(ଓଡିଆନ୍ ନ୍ୟୁଜ): ପଶ୍ଚିମବଙ୍ଗରେ ସିବିଆଇ-ପୋଲିସ ବିବାଦ ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣି, ସୁପ୍ରିମକୋର୍ଟରେ ଅତିରିକ୍ତ ସତ୍ୟପାଠ ଦାଖଲା କଲା CBI, ରାଜୀବ କୁମାରଙ୍କୁ ଗିରଫ କରାଯିବ ନାହିଁ ବୋଲି CJI କହିଛନ୍ତି।ମେଘାଳୟର ଶିଲଂରେ CBI ନିକଟରେ ହାଜର ହେବାକୁ ରାଜୀବ କୁମାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। CBI ପ୍ରତି ଅବମାନନା ଯୋଗୁଁ ପୋଲିସ କମିସନର, DGP ଓ ପଶ୍ଚିମବଙ୍ଗ ସରକାରଙ୍କୁ ନୋଟିସ ମଧ୍ୟ ଜାରି କରାଯାଇଛି। ଫେବ୍ରୁଆରି ୨୦ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ସୁପରିମକୋର୍ଟଙ୍କ ନିଷ୍ପତ୍ତି ପରେ ମମତା ବାନାର୍ଜୀ ପ୍ରତିକ୍ରିୟା ଦେଇ କହିଛନ୍ତି ନିଷ୍ପତ୍ତିକୁ ସ୍ବାଗତ କରୁଛୁ, ନୀତିଗତ ଆଧାରରେ ଆମର ବିଜୟ ହୋଇଛି, ଆମେ ସହଯୋଗ କରିବୁ ନାହିଁ ବୋଲି କେବେ କହିନୁ, ବିନା ନୋଟିସରେ CBI କମିସନରଙ୍କ ଘରକୁ ଯାଇଥିଲା। ଏହାସହ ଦଳୀୟ ନେତାଙ୍କ ସହ ଆଲୋଚନା ପରେ ଧାରଣା ଜାରି ରହିବ କି ନାହିଁ ନିଷ୍ପତ୍ତି ହେବ ବୋଲି ସେ କହିଛନ୍ତି।