ଓଡିଆନ୍ ନ୍ୟୁଜ

114

ଅଭାବି ଧାନ ବିକ୍ରି ନେଇ କଂଗ୍ରେସର ମୁଲତବୀ ନୋଟିସ

Team Odian News |

ଭୁବନେଶ୍ୱର,୫/୨(ଓଡ଼ିଆନ ନ୍ୟୁଜ): ବଜେଟ ଅଧିବେଶନର ଦ୍ୱିତୀୟ ଦିନରେ ମଙ୍ଗଳବାର କଂଗ୍ରେସ ପକ୍ଷରୁ ଏକ ମୁଲତବୀ ନୋଟିସ ଜାରି କରାଯାଇଛି । ଅଭାବି ଧାନ ବିକ୍ରି ନେଇ କଂଗ୍ରେସ ପକ୍ଷରୁ ଏହି ମୁଲତବୀ ନୋଟିସ ଆଗତ କରାଯାଇଛି । ବାଚସ୍ପତି ଏହି ନୋଟିସକୁ ଗ୍ରହଣ କରିଛନ୍ତି । ଅପରପକ୍ଷରେ ଆଜି ପୂର୍ବରୁ କଂଗ୍ରେସ ବିଧାୟକମାନେ କୃଷିଋଣ ଛାଡ଼ ଆମର ଦାବି, ବିଜେଡି-ବିଜେପି ଚାଷୀମାରଣ ନୀତି ଚଳିବ ନାହିଁ ଓ ଧାନର ଏମଏସପି ବୃଦ୍ଧି ଆମର ଦାବି ଭଳି ନାରାବାଜି କରି ଗୃହକୁ କମ୍ପେଇ ଦେଇଥିଲେ । ବିଜେପି ବିଧାୟକମାନେ ନବୀନ ଓ ମମତା ସମ୍ପର୍କିତ ଆପ୍ରୋନ ପିନ୍ଧିବା ସହ ଚିଟ ଫଣ୍ଡ ପ୍ରସଙ୍ଗରେ ନାରାବାଜି କରିଥିଲେ । ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଗୃହରେ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଫଳରେ ଗୃହ କାର୍ଯ୍ୟ ଚଳାଇବା ସମ୍ଭବପର ନହେବାରୁ ବାଚସ୍ପତି ଗୃହକୁ ୧୦ଟା ୪୦ରୁ ୧୧ ଟା ୪୦ ପର୍ଯ୍ୟନ୍ତ ମୁଲତବୀ କରିଦେଇଥିଲେ ।