ଓଡିଆନ୍ ନ୍ୟୁଜ

156

ଅନଶନ ଭାଙ୍ଗିଲେ ଆନ୍ନା ହଜାରେ

Team Odian News |

ଅନଶନ ଭାଙ୍ଗିଲେ ଆନ୍ନା ହଜାରେ ମହାରାଷ୍ଟ୍ର,୫/୨(ଓଡିଆନ୍ ନ୍ୟୁଜ):ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନାଭିସ୍‌ ଏବଂ ଦୁଇ କେନ୍ଦ୍ର ମନ୍ତ୍ରୀଙ୍କ ସହ ମଙ୍ଗଳବାର ସଂଧ୍ୟାରେ ଆଲୋଚନା ହେବା ପରେ ବିଶିଷ୍ଟ ସମାଜସେବୀ ଆନ୍ନା ହଜାରେ ୭ ଦିନ ଧରି ଜାରି ରଖିଥିବା ଆମରଣ ଅନଶନକୁ ଭଙ୍ଗ କରିଛନ୍ତି। ଜାଣିବାକୁ ମିଳିଛି ଯେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଆନ୍ନାଙ୍କର ଦାବି ପୂରଣ ନେଇ କଥା ହେବା ପରେ ଆନ୍ନା ଅନଶନରୁ ଓହରିଛନ୍ତି। ଆନ୍ନା ଗଣମାଧ୍ୟମ ପ୍ରତିନିଧିଙ୍କୁ ଜଣାଇ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଫଡ୍‌ନାଭିସ୍‌ଙ୍କ ସହ ସନ୍ତୋଷଜନକ ଆଲୋଚନା ପରେ ସେ ନିଜ ଅନଶନ ଭଙ୍ଗ କରିବାର ନିଷ୍ପତ୍ତି ନେଇଛନ୍ତି। ଉଲ୍ଳେଖଯୋଗ୍ୟ, କେନ୍ଦ୍ରରେ ଲୋକପାଳ ଓ ରାଜ୍ୟରେ ଲୋକାୟୁକ୍ତ ନିଯୁକ୍ତିରେ ଅହେତୁକ ବିଳମ୍ବ କରୁଥିବା ହେତୁ ଏହାକୁ ତୀବ୍ର ବିରୋଧ କରି ଜାନୁଆରି ୩୦ ତାରିଖରୁ ଅନଶନରେ ବସିଥିଲେ ଆନ୍ନା ହଜାରେ।