ଓଡିଆନ୍ ନ୍ୟୁଜ

216

ଚୌକିଦାର ଯାହା କହିବେ, ନବୀନ ସେଥିରେ ହଁ ଭରିବେ -ରାହୁଲ ଗାନ୍ଧୀ

Team Odian News |

ଭବାନୀପାଟଣା: ୬/୨(ଓଡ଼ିଆନ ନ୍ୟୁଜ): ରିମୋଟ କଣ୍ଟ୍ରୋଲକୁ ଫିଙ୍ଗନ୍ତୁ, କଂଗ୍ରେସକୁ ଭୋଟ ଦିଅନ୍ତୁ । ନିଜର ଓଡ଼ିଶା ଗସ୍ତ ପରିପ୍ରେକ୍ଷୀରେ ଭବାନୀପାଟଣାରେ ଆୟାଜିତ ସମାବେଶରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ନିଜର ଅଭିଭାଷଣ ରଖି ଏହା କହିଛନ୍ତି । ନିଜର ଅଭିଭାଷଣ ଆରମ୍ଭରୁ ହିଁ ରାହୁଲ କେନ୍ଦ୍ରର ବିଜେପି ଓ ରାଜ୍ୟର ବିଜେଡି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଚୌକିଦାର ସ୍ୱରୂପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚୋର ଓ ନବୀନ ପଟ୍ଟନୟକଙ୍କୁ ରିମୋଟ କଣ୍ଟ୍ରୋଲ କହିଛନ୍ତି ରାହୁଲ । ଚୌକିଦାର ଯାହା କହିବେ, ନବୀନ ସେଥିରେ ହଁ ଭରିବେ ବୋଲି ରାହୁଲ ଗାନ୍ଧୀ କହିଛନ୍ତି । ଏହାଛଡ଼ା ନରେନ୍ଦ୍ର ମୋଦି ଆପଣଙ୍କୁ ରାଫେଲ ଦୁର୍ନୀତି ଦେଲେ ଏବଂ ନବୀନ ପଟ୍ଟନାୟକ ଆପଣଙ୍କୁ ଚିଟଫଣ୍ଡ ଭ୍ରଷ୍ଟାଚାର ଦେଲେ ବୋଲି ରାହୁଲ କହିଛନ୍ତି । ତେଣୁ ରିମୋଟ କଣ୍ଟ୍ରୋଲକୁ ଫିଙ୍ଗନ୍ତୁ, କଂଗ୍ରେସକୁ ଭୋଟ ଦିଅନ୍ତୁ ବୋଲି ରାହୁଲ ଗାନ୍ଧୀ କହିଛନ୍ତି । ସେହିପରି ସମାବେଶ ସ୍ଥଳରେ ଉପସ୍ଥିତ ଜନସାଧାରଣଙ୍କୁ ଉଦବୋଧନ ଦେଇ ରାହୁଲ କହିଛନ୍ତି ଯେ, କଂଗ୍ରେସ ଆପଣଙ୍କ ଅଞ୍ଚଳକୁ ସବୁବେଳେ ସ୍ୱତନ୍ତ୍ରଭାବେ ଦେଖିଛି । ସବୁ କଂଗ୍ରେସ ପ୍ରଧାନମନ୍ତ୍ରୀ ଆପଣମାନଙ୍କୁ ଗୁରୁତ୍ୱ ଦେଉଛନ୍ତି । ଆପଣମାନଙ୍କ ପାଇଁ ସ୍ୱତନ୍ତ୍ର ଧ୍ୟାନ ଦେବା ଜରୁରୀ ବୋଲି କଂଗ୍ରେସ ଅନୁଭବ କରିଛି । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆପଣମାନଙ୍କୁ ଅଣଦେଖା କରିଛନ୍ତି । ନରେନ୍ଦ୍ର ମୋଦି ବିଆରଜିଏଫ ପାଣ୍ଠି ହ୍ରାସ କରିଛନ୍ତି । କୃଷକମାନଙ୍କ ପାଇଁ ବଡ଼ ଘୋଷଣା କରି ଦୈନିକ ୧୭ ଟଙ୍କା ଦେଇଛନ୍ତି । କିନ୍ତୁ ତାଙ୍କ ୧୫ ମିତ୍ରଙ୍କ ପାଇଁ ସାଢେ ୩ ଲକ୍ଷ କୋଟି ଛାଡ଼ କରିଛନ୍ତି । ଆମେ କହିଥିଲୁ କଂଗ୍ରେସ ସରକାର ଆସିଲେ କୃଷି ଋଣ ଛାଡ଼ ହେବ । ୧୦ ଦିନ ନୁହେଁ, ୨ ଦିନ ଭିତରେ ୩ଟି ରାଜ୍ୟରେ ଋଣ ଛାଡ଼ କଲୁ । ଛତିଶଗଡ଼ରେ ଧାନର ଏମଏସପି ୨୫୦୦ ଥିଲାବେଳେ ଓଡ଼ିଶାରେ କେତେ ମିଳୁଛି । ଓଡ଼ିଶାରେ କଂଗ୍ରେସ ଆସିଲେ ଧାନ କ୍ୱିଣ୍ଟାଲ ୨୬୦୦ ହେବ । ବିଜେପି ଓ ବିଜେଡି ଆଦିବାସୀଙ୍କ ଜମି ହଡ଼ପ କରିବାକୁ ଚାହୁଁଛି । କଂଗ୍ରେସ ଆଦିବାସୀଙ୍କ ଜମି ଓ ହକ ନିଶ୍ଚୟ ରକ୍ଷା କରିବ । ଛତିଶଗଡ଼ରେ ଟାଟା କାରଖାନାକୁ ବନ୍ଦ କରି ଦିଆଯାଇଛି । ନିୟମଗିରି ଆସିଥିଲି, ଆପଣଙ୍କ ସହ ଛିଡ଼ା ହୋଇଥିଲି । ଆପଣଙ୍କ ଅଧିକାର ପାଇଁ ଛିଡ଼ା ହେଲି, ତାକୁ ରକ୍ଷା କଲି । ଦାନ ମାଝୀ କାନ୍ଧରେ ନିଜ ପତ୍ନୀ ଶବ ବୋହିଲେ, କିନ୍ତୁ ମୁଖ୍ୟମନ୍ତ୍ରୀ ଚୁପ ରହିଲେ । ଓଡ଼ିଶାରେ କେବଳ ଆଦିବାସୀଙ୍କ ଜମି, ଜଳ ଓ ଜଙ୍ଗଲ ହଡ଼ପ ହୋଇଛି । ଏଭଳି ଭାରତ ଏବଂ ଏଭଳି ଓଡ଼ିଶା ଆମକୁ ଦରକାର ନାହିଁ । ମନରେଗା ଠାରୁ ବଡ଼ ଯୋଜନା କଂଗ୍ରେସ ଆପଣଙ୍କ ପାଇଁ ରଖିଛି । ଦେଶର ପ୍ରତି ଗରିବ ଲୋକଙ୍କୁ ସର୍ବନିମ୍ନ ଆୟ ଦେବ କେଂଗ୍ରେସ । ସବୁ ଗରିବ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଦିଆଯିବ । ମିଛ କହିବାର ସମୟ ଶେଷ ହୋଇଯାଇଛି ବୋଲି ରାହୁଲ ଗାନ୍ଧୀ ନିଜ ଅଭିଭାଷଣରେ କହିଛନ୍ତି ।