ଓଡିଆନ୍ ନ୍ୟୁଜ

140

ନିର୍ମାତା-ନିର୍ଦ୍ଦେଶକ ଚକ୍ରଧର ସାହୁଙ୍କ ପରଲୋକ

Team Odian News |

ଭୁବନେଶ୍ୱର,୬/୨(ଓଡ଼ିଆନ ନ୍ୟୁଜ): ଜଣାଶୁଣା ଓଡ଼ିିଆ ସିନେମା ନିର୍ମାତା-ନିର୍ଦ୍ଦେଶକ ତଥା ସଂପାଦକ ଚକ୍ରଧର ସାହୁଙ୍କର ବୁଧବାର ସକାଳେ ଫୁସଫୁସ୍ ଜନିତ ରୋଗରେ ପରଲୋକ ଘଟିଛି। ‘ନୀଳମାଷ୍ଟ୍ରାଣୀ’, ‘ତୁମକୁ ତ ପାରୁନି ତ ଭୁଲି’, ‘କେବେ ତୁମେ ନାହଁ, କେବେ ମୁଁ ନାହିଁ ’ ଓ ‘ମୀମାଂସା’ ପରି ଚର୍ଚ୍ଚିତ ସିନେମାର ନିର୍ଦ୍ଦେଶକ ଶ୍ରୀ ସାହୁଙ୍କ ପରଲୋକରେ ସିନେଜଗତ ସହିତ ବୁଦ୍ଧିଜୀବୀ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି। ଅସୁସ୍ଥତା ହେତୁ ସେ ଗତ ୧୫ ଦିନ ଧରି ଭୁବନେଶ୍ୱର ଆମ୍ରି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ପରେ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବର ଏମସ୍ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଆଜି ସକାଳ ୫ଟା ୪୫ ମିନିଟ୍‌ରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୯ ବର୍ଷ ହୋଇଥିଲା। ଶେଷ ଦର୍ଶନ ଲାଗି ମରଶରୀରକୁ ତାଙ୍କ ଭୁବନେଶ୍ୱର ନୂଆପଲ୍ଲୀସ୍ଥିତ ବାସଭବନରେ ରଖାଯାଇଛି। ସତ୍ୟନଗର ଶ୍ମଶାନରେ ସ୍ବର୍ଗତଃ ସାହୁଙ୍କର ଦାହସଂସ୍କାର କରାଯିବ ବୋଲି ପରିବାର ସୂତ୍ରରୁ ପ୍ରକାଶ।