ଓଡିଆନ୍ ନ୍ୟୁଜ

135

ବିଜେଡିରେ ମିଶିଲେ ସୁନ୍ଦରଗଡ଼ର ପୂର୍ବତନ ବିଧାୟକ ଯୋଗେଶ ସିଂହ

Team Odian News |

ଭୁବନେଶ୍ୱର, ୬/୨(ଓଡ଼ିଆନ ନ୍ୟୁଜ): ଶଙ୍ଖ ଫୁଙ୍କିଲେ ପୂର୍ବତନ ବିଧାୟକ ଯୋଗେଶ ସିଂହ। ଆଜି ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି ସୁନ୍ଦରଗଡ଼ର ପୂବର୍ତନ ବିଧାୟକ ଯୋଗେଶ ସିଂହ। ବିଜେଡି ରାଜ୍ୟ ମୁଖ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଯୋଗେଶ ବିଜେଡିରେ ସାମିଲ୍‌ ହୋଇଛନ୍ତି। ବିଜେଡିରେ ମିଶିବା ପରେ ପ୍ରତିକ୍ରିୟା ରଖିଛନ୍ତି ଯୋଗେଶ। ସୁନ୍ଦରଗଡ଼ର ବିକାଶକୁ ଆଧାର କରି ସେ ବିଜେଡିରେ ମିଶିଥିବା କହିଛନ୍ତି।