ଓଡିଆନ୍ ନ୍ୟୁଜ

115

ମହାତ୍ମା ଗାନ୍ଧିଙ୍କ ପୁତ୍ତଳିକାକୁ ଗୁଳି କରିବା ଘଟଣାରେ ଶକୁନ ପାଣ୍ଡେ ଗିରଫ

Team Odian News |

ନୋଇଡା(ଓଏମଏନ), ୬/୨: ଜାତିର ପିତା ମହାତ୍ମା ଗାନ୍ଧିଙ୍କ ପୁତ୍ତଳିକାକୁ ଗୁଳି କରିବା ମାମଲାରେ ହିନ୍ଦୁ ମହାସଭାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶକୁନ ପାଣ୍ଡେ ଗିରଫ ହୋଇଛନ୍ତି। ନୋଇଡାରେ ପ୍ରବେଶ ସମୟରେ ଆଲିଗଡ ପୁଲିସ୍‌ ତାଙ୍କୁ ଗିରଫ କରିଛି।ଶକୁନଙ୍କ ସ୍ୱାମୀ ଅଶୋକ ପାଣ୍ଡେଙ୍କୁ ମଧ୍ୟ ପୁଲିସ୍‌ ଗିରଫ କରିଛି। ଏହି ମାମଲାରେ ପୁଲିସ୍‌ ୧୩ ଜଣଙ୍କ ନାଁରେ ମାମଲା ରୁଜୁ କରିଛି। ସେମାନଙ୍କ ମଧ୍ୟରୁ ୭ ଜଣଙ୍କୁ ପୁଲିସ୍‌ ଗିରଫ କରିସାରିଲାଣି। ଗତ ୩୦ ତାରିଖ ମହାତ୍ମା ଗାନ୍ଧିଙ୍କ ତିରୋଧାନ ଦିବସରେ ଶକୁନ ପାଣ୍ଡେ ଗାନ୍ଧିଙ୍କ ଏକ ପୁତ୍ତଳିକାକୁ ଗୁଳି ମାରିବାର ଭିଡ଼ିଓ କରି ତାକୁ ଭାଇରାଲ କରିଥିଲେ।ଭିଡିଓରେ ସେ ମହାତ୍ମା ଗାନ୍ଧୀଙ୍କ ସମ୍ପର୍କରେ ଆପତ୍ତିଜନକ ମନ୍ତବ୍ୟ ଦେବା ସହ ତାଙ୍କ ହତ୍ୟାକାରୀ ନଥୁରାମ୍‌ ଗଡସେଙ୍କ ଗୁଣଗାନ କରୁଥିବା ଦେଖିବାକୁ ମିଳିଥିଲା। ଏହି ଭିଡ଼ିଓକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଥିଲା। ଏହା ପରଠାରୁ ସେ ଫେରାର ହୋଇଯାଇଥିଲେ।