ଓଡିଆନ୍ ନ୍ୟୁଜ

75

ସାଗରମାଳା ପ୍ରୋଜେକ୍ଟ ଉପକୂଳ ଓଡ଼ିଶାର ନୂତନ ଦିଗନ୍ତ-ନିତୀନ୍‍ ଗଡ଼କରୀ

Team Odian News |

ସାଗରମାଳା ପ୍ରୋଜେକ୍ଟ ଉପକୂଳ ଓଡ଼ିଶାର ନୂତନ ଦିଗନ୍ତ-ନିତୀନ୍‍ ଗଡ଼କରୀ  
ପାରାଦୀପ,୬/(୨ଓଡ଼ିଆନ୍‍ ନ୍ୟୁଜ୍‍): ଓଡ଼ିଶାରେ ପହଞ୍ଚିଛନ୍ତି କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ନୀତିନ ଗଡ଼କରୀ। ସେ କାମାକ୍ଷାନଗରରେ ପହଞ୍ଚି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିଛନ୍ତି। ଏଥିସହିତ ଗଡ଼କରୀ ୨ ହଜାର ୩୩୫ କୋଟି ମୂଲ୍ୟର ତିନିଟି ଜାତୀୟ ରାଜପଥ ପ୍ରକଳ୍ପର ଭୂମି ପୂଜନ କରିଛନ୍ତି।
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଓଡ଼ିଶାରେ ଅଧିକ ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କ ସହଯୋଗ ମଧ୍ୟ ଲୋଡ଼ିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ ରାଜ୍ୟ ସରକାର ସହଯୋଗ କଲେ ଅଧିକ ପ୍ରକଳ୍ପ ପ୍ରତିଷ୍ଠା ହୋଇପାରିବ। ରାଜ୍ୟରେ ଶିଳ୍ପ ହେଲେ ବେରୋଜଗାରୀ କମିବ, ଅଧିକ ପିଲା ନିଯୁକ୍ତି ପାଇବେ। ଉଦ୍‌ଘାଟନୀ ଉତ୍ସବରେ ନୀତିନଙ୍କ ସହ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ।କାମାକ୍ଷାନଗର ପରେ ଗଡ଼କରୀ ପାରାଦ୍ୱୀପରେ ଯାଇ ପହଞ୍ଚିଛନ୍ତି। ଏହି ଅବସରରେ ସେ ପାରାଦୀପ ବନ୍ଦର ପାଇଁ ତିନିଟି ବର୍ଥର ଯାନ୍ତ୍ରିକୀକରଣ, କୋଇଲା ଆମଦାନୀର ସୁପରିଚାଳନା ପାଇଁ ନୂଆ ବର୍ଥ ଏବଂ ମଲ୍‌ଟି-ମୋଡାଲ୍ ଲଜିଷ୍ଟିକ୍ ପାର୍କ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।
ପାରାଦୀପ ପରେ ନୀତିନ ଦଳୀୟ କାର‌୍ୟ୍ୟକ୍ରମରେ ଯୋଗ ଦେବେ। ଏହା ପରେ ଗଡ଼କରି ଭୁବନେଶ୍ୱରରେ ‘ଭାରତ କି ମନ୍‌ କୀ ବାତ୍, ମୋଦି କେ ସାଥ୍’ କାର‌୍ୟ୍ୟକ୍ରମର ଅଂଶ ସ୍ୱରୂପ ଓଡ଼ିଶାରେ ବୁଲିବାକୁ ଥିବା ରଥର ମଧ୍ୟ ଶୁଭାରମ୍ଭ କରିବେ।