ଓଡିଆନ୍ ନ୍ୟୁଜ

91

ସହରରେ ବଢୁଛି ତାପାମାତ୍ରା, କଲିଥୁ ରାଜ୍ୟରେ କାଳବୈଶାଖୀ ବର୍ଷା ଅଶଙ୍କା

Team Odian News |

ସହରରେ ବଢୁଛି ତାପାମାତ୍ରା, କଲିଥୁ ରାଜ୍ୟରେ କାଳବୈଶାଖୀ ବର୍ଷା ଅଶଙ୍କା ଭୁବନେଶ୍ୱର,୭/୨(ଓଡିଆନ୍ ନ୍ୟୁଜ): ରାଜ୍ୟରେ କମିନି ଥଣ୍ଡା ବଢୁଛି ତାତି। ସନ୍ଧ୍ୟା ରୁ ଦିନ ୭ ପର୍ଯ୍ୟନ୍ତ ଥଣ୍ଡା ଅନୁଭୂତ ହେଉଥିବା ବେଳେ ୧୧ ଟା ପରେ ସହରରେ ଟାଣ ଖରା ସାଙ୍ଗକୁ, ତାତି ବଢିବାର ଦେଖିବାକୁ ମିଳୁଛି । ପ୍ରତିଦିନ ତାପମାତ୍ରା ବଢ଼ିବାରେ ଲାଗୁଛି । ସୋମବାର ରାଜଧାନୀର ତାପମାତ୍ରା ୩୩ ଡିଗ୍ରି ଥିବା ବେଳେ ଆଜି ୩୪ଡିଗ୍ରିରୁ ଅଧିକା ରେକର୍ଡ କରାଯାଇଛି । ଭୁବନେଶ୍ୱରରେ ସମେତ ମାଲକାନଗିରିବି ଆଜି ତାପମାତ୍ରା ୩୩ ଡିଗ୍ରି ଉପରେ ରହିଛି । ଅନ୍ୟପକ୍ଷରେ ରାଜଧାନୀରେ ରାତିର ତାପମାତ୍ରା କମି ୧୩ ଡିଗ୍ରି ତଳେ ରହୁଥିବା ବେଳେ ମାଲକାନଗିରିରେ ୧୨ ଡିଗ୍ରି ଭିତରେ ରହୁଛି। ପୁରୀ, ଗୋପାଳପୁର ଓ ସୁନ୍ଦରଗଡ଼ ବ୍ୟତୀତ ରାଜ୍ୟର ଅନ୍ୟ ସମସ୍ତ ସହରର ସର୍ବନିମ୍ନ ତାପମାତ୍ରା ଏବେ ୧୧ରୁ ୧୫ ଡିଗ୍ରି ମଧ୍ୟରେ ରହିଥିବା ସୂଚନା ରହିଛି । ଏହାସହ ପାହାନ୍ତା ସମୟରେ ସହରରେ ହାଲକା କୁହୁଡ଼ି ଦେଖିବାକୁ ମିଳୁଛି । ଆଗାମୀ କିଛିଦିନ ପର୍ଯ୍ୟନ୍ତ ଏହିଭଳି ସ୍ଥିତି ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ କରିଛି । ଏହାସହ ଆସନ୍ତା କାଲିଠାରୁ ୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର କେତେକ ଜିଲ୍ଲାରେ କାଳବୈଶାଖୀ ସହ ବର୍ଷାର ହୋଇପାରେ ବୋଲି ଆଶଙ୍କା କରାଯାଇଛି । ଏହାପରେ ପୁଣିଥରେ ଦିନର ତାପମାତ୍ରା କମିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।