ଓଡିଆନ୍ ନ୍ୟୁଜ

166

ମୁଖ୍ୟମନ୍ତ୍ରୀଙ୍କ ଗଜପତି ଗସ୍ତ

Team Odian News |

ମୁଖ୍ୟମନ୍ତ୍ରୀଙ୍କ ଗଜପତି ଗସ୍ତ ଗଜପତି,୭/୨(ଓଡିଆନ୍ ନ୍ୟୁଜ):ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲ୍ଲା ଗସ୍ତ କରି ମୋହନା, ନୂଆଗଡ଼, ଆର୍.ଉଦୟଗିରି ଏବଂ ରାୟଗଡ଼ା ବ୍ଲକରେ ବିଭିନ୍ନ ଉନ୍ନୟନ ମୂଳକ ପ୍ରକାଳ୍ପ ଶୁଭାରମ୍ଭ କରିଛନ୍ତି । ଆଜିର ଏହି ଗସ୍ତରେ ମୁଖ୍ୟମନ୍ତ୍ରୀ ୮୦ କୋଟିରୁ ଉଦ୍ଧ୍ୱର୍ ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକାଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ସେଥି ମଧ୍ୟରେ ୬୬ କୋଟି ଟଙ୍କା ବ୍ୟୟର ୧୨୯ଟି ପ୍ରକଳ୍ପର ଉଦଘାଟନ ଓ ୧୪ କୋଟି ଟଙ୍କାର୯୮ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଆଜି ଦିନ ୧୧.୩୦ରେ ମୁଖ୍ୟମନ୍ତ୍ରୀ ଗଜପତି ଜିଲ୍ଲାରେ ଆୟୋଜିତ ସମାବେଶରେ ଯୋଗଦେବା ସହ ଏହି ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ସମ୍ପର୍ଣ୍ଣ କରିଥିଲେ । ଏହାସହ ସମସ୍ତଙ୍କୁ ଉଦବୋଧନ ଦେଇଥିଲେ । ଏହାସହ ମୁଖ୍ୟମନ୍ତ୍ରୀ ଜିରାଙ୍ଗରେ ଥିବା ବୌଦ୍ଧପୀଠ ଗସ୍ତକରିବେ । ସେଠାରେ ଥିବା ପଦ୍ମ ପୋଖରୀରେ ୫୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଦ୍ୱିତୀୟ ବୌଦ୍ଧଗୁରୁ ପଦ୍ମସମ୍ଭବଙ୍କ ମୁର୍ତ୍ତି ଉନ୍ମୋଚନ କରିବେ ।