ଓଡିଆନ୍ ନ୍ୟୁଜ

167

ବିଧାନସଭା ଘେରାଉ ବେଳେ ପୁଲିସ-ବିଜେପି କର୍ମୀ ଧସ୍ତାଧସ୍ତି

Team Odian News |

 ବିଧାନସଭା ଘେରାଉ ବେଳେ ପୁଲିସ-ବିଜେପି କର୍ମୀ ଧସ୍ତାଧସ୍ତି
ଭୁବନେଶ୍ୱର,୭/୨(ଓଡ଼ିଆନ ନ୍ୟୁଜ) :ରାଜ୍ୟ ସରକାରଙ୍କ ଯୁବମାରଣ ନୀତି ବିରୋଧରେ ବିଜେପି ଯୁବ ମୋର୍ଚ୍ଚାର ବିଧାନସଭା ଘେରାଉ ବେଳେ  ବିଜେପି ଯୁବମୋର୍ଚ୍ଚା-ପୁଲିସ ଧସ୍ତାଧସ୍ତି । ରାଜ୍ୟ ସରକାରଙ୍କ ଯୁବମାରଣ ନୀତି, ବେକାରୀଙ୍କୁ ରୋଜଗାର ପ୍ରଦାନରେ ବିଫଳ, ଓଡିଆ ଯୁବକ ଯୁବତୀଙ୍କୁ ସ୍ୱାବଲମ୍ବୀ କରିବାରେ ରାଜ୍ୟ ସରକାର ବାଧକ ସାଜିଥିବା ଅଭିଯୋଗ କରି ବିକ୍ଷୋଭ କରିଛି ବିଜେପି ଯୁବମୋର୍ଚ୍ଚା ।ବିଧାନସଭା ଘେରାଉ ପାଇଁ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଶହ ଶହ ସଂଖ୍ୟାରେ କର୍ମୀ ବିଧାନସଭାର ତିନି ପଟୁ ଘେରାଉ କରିବାକୁ ଉଦ୍ୟମ କରିଥିଲେ । ପୁଲିସ ସେମାନଙ୍କୁ ଅଟକାଇଥିଲା । ପାଖାପାଖି ୩୦୦ କର୍ମୀଙ୍କୁ ପୁଲିସ ଗିରଫ କରିଥିଲା । ପରେ ସେମାନଙ୍କୁ ବ୍ୟକ୍ତିଗତ ମୁଚାଲିକାରେ ଛାଡ଼ି ଦିଆଯାଇଥିବା କହିଛନ୍ତି ପୁଲିସ କମିଶନର ସତ୍ୟଜିତ ମହାନ୍ତି । ରାଜ୍ୟ ସରକାର ବେକାର ଯୁବକଯୁବତୀଙ୍କୁ ନିଯୁକ୍ତି ନଦେବା ପର‌୍ୟ୍ୟନ୍ତ ଏହି ଆନ୍ଦୋଳନ ଜାରି ରଖିବ ବୋଲି ରାଜ୍ୟ ଯୁବମୋର୍ଚ୍ଚା ସଭାପତି ସୂଚନା ଦେଇଛନ୍ତି।