ଓଡିଆନ୍ ନ୍ୟୁଜ

121

ନିଶା ନିବାରଣ ଅଭିଯାନ ସଦସ୍ୟମାନେ ଶୋଇପଡ଼ି କଲେ ରାସ୍ତା ଅବରୋଧ

Team Odian News |

 ନିଶା ନିବାରଣ ଅଭିଯାନ ସଦସ୍ୟମାନେ ଶୋଇପଡ଼ି କଲେ ରାସ୍ତା ଅବରୋଧ 
ଭୁବନେଶ୍ୱର,୭/୨(ଓଡ଼ିଆନ ନ୍ୟୁଜ) :ସମ୍ପୂର୍ଣ୍ଣ ମଦମୁକ୍ତ ଓଡ଼ିଶା ଦାବିରେ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନର ପଦଯାତ୍ରା କରିଛନ୍ତି। ଆଜି ଏହି କ୍ରମରେ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନର ସଦସ୍ୟମାନେ ପଦଯାତ୍ରାରେ ନବୀନ ନିବାସ ଆଡ଼କୁ ଯାଉଥିଲେ। ତେବେ ବାଟରୁ ପୁଲିସ୍ ସେମାନଙ୍କୁ ଉଠାଇ ନେଇଛି।
ସେପଟେ ଅଭିଯାନର ଆଉ କିଛି ସଦସ୍ୟ ଭୁବନେଶ୍ୱର ସତ୍‌ସଙ୍ଗ ବିହାର ନିକଟରେ ଜାତୀୟ ରାଜପଥ ଅବରୋଧ କରିଥିଲେ। ନିଶା ନିବାରଣ ଅଭିଯାନର ସଦସ୍ୟମାନେ ଶୋଇପଡ଼ି ରାସ୍ତା ଅବରୋଧ କରିଥିଲେ।ରାସ୍ତାରୋକ ଯୋଗୁ ଯାତାୟତ ବନ୍ଦ ହୋଇଯିବା ସହିତ ଶହ ଶହ ସଂଖ୍ୟାରେ ଗାଡ଼ି ଅଟକି ରହିଥିଲା। ପୁଲିସ୍‌ ପହଞ୍ଚି ସଦସ୍ୟମାନଙ୍କୁ ରାସ୍ତାରୁ ଉଠାଇବା ପରେ ଯାତାୟତ ସ୍ୱାଭାବିକ ହୋଇଛି। ଗତକାଲି ଅଭିଯାନର ଶତାଧିକ ସଦସ୍ୟ କଟକରୁ ଭୁବନେଶ୍ୱର ପର‌୍ୟ୍ୟନ୍ତ ପଦଯାତ୍ରାରେ ଚାଲି ଚାଲି ଆସି ଥିଲେ।