ଓଡିଆନ୍ ନ୍ୟୁଜ

100

ଜାତୀୟ ଅଭିବୃଦ୍ଧି ହାରଠାରୁ ଓଡ଼ିଶା ଆଗୁଆ

Team Odian News |

ଜାତୀୟ ଅଭିବୃଦ୍ଧି ହାରଠାରୁ ଓଡ଼ିଶା ଆଗୁଆ ଭୁବେଶ୍ବର, ୭/୨(ଓଡିଆନ୍ ନ୍ୟୁଜ):ବିଧାନସଭାରେ ଆଜି ଅନ୍ତରୀଣ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା । ଜାତୀୟ ଅଭିବୃଦ୍ଧି ହାରଠାରୁ ଓଡ଼ିଶାର ହାର ଅଧିକ ରହିଛି, ଜାତୀୟ ଅଭିବୃଦ୍ଧି ହାର ୭.୧%, ଓଡ଼ିଶାର ଅଭିବୃଦ୍ଧି ହାର ୮%, ୨୦୦୫ଠାରୁ ରାଜ୍ୟ ଲଗାତାର ବଳକା ରାଜ୍ୟ ଭାବେ ପରିଗଣିତ ହେଇଆସୁଛି ବୋଲି ସେ କହିଥିଲେ। ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି ଚାଷୀଙ୍କ ଉନ୍ନତି ପାଇଁ ‘କାଳିଆ’ ଯୋଜନା ଆରମ୍ଭ କରିଛନ୍ତି। କାଳିଆ ଯୋଜନା ପାଇଁ ୪ ହଜାର ୪୬୧ କୋଟି ବ୍ୟୟ ବରାଦ ହେବା ସହ କୃଷି ଋଣରେ ସୁଧ ରିହାତି ପାଇଁ ୮୦୦ କୋଟି ବ୍ୟୟ ବରାଦ ହୋଇଛି ସେହିଭଳି ଆମ ଗାଁ, ଆମ ବିକାଶରେ ପିଠା ଯୋଜନାରେ ୪୦୦ କୋଟି, ବସୁଧା ଯୋଜନା ପାଇଁ ୨୯୩୫ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। ଏହାସହ ମଧୁବାବୁ ପେନସନ ଯୋଜନା ପାଇଁ ୨୧୨୦ କୋଟି, ମିଶନ ଶକ୍ତି ପାଇଁ ୩୦୧ କୋଟି ଟଙ୍କା ବ୍ୟୟ ବରାଦ ସହ ମମତା ଯୋଜନା ପାଇଁ ୩୦୫ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। ସେହିଭଳି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୮୬୪ କୋଟି, ବିଜୁ ଯୁବ ବାହିନୀ ପାଇଁ ୧୦୫ କୋଟି ଟଙ୍କା, ପାର୍ବତୀ ଗିରି ବୃହତ ଉଠା ଜଳ ସେଚନ ପାଇଁ ୧୭୭୭ କୋଟି ସଡ଼କ ଉନ୍ନୟନ କାର୍ଯ୍ୟକ୍ରମ ପାଇଁ ୧୩୦୦ କୋଟି, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଇଁ ୩୦୦ କୋଟି ଟଙ୍କା, ଆଡ଼ିବନ୍ଧ ନିର୍ମାଣ ପାଇଁ ୩୫୭ କୋଟି ଟଙ୍କା ବ୍ୟୟ ବରାଦ, ବିଜୁ ସେତୁ ଯୋଜନା ପାଇଁ ୫୦୦ କୋଟି ବ୍ୟୟ ବରାଦ ହୋଇଛି। ରାଜ୍ୟରେ ରେଳ ପ୍ରକଳ୍ପର ଉନ୍ନତିକରଣ ପାଇଁ ୪୧୦ କୋଟି ଟଙ୍କା। ଟଙ୍କିକିଆ ଚାଉଳ ଯୋଗାଣ ପାଇଁ ୧୦୨୮ କୋଟିର ବ୍ୟୟ ବରାଦ, ୩୩/୧୧ କେଭି ବିଦ୍ୟୁତ୍‌ ଉପକେନ୍ଦ୍ର ସ୍ଥାପନ ପାଇଁ ୫୩୩ କୋଟି ବେୟ ବରାଦ ହୋଇଛି।