ଓଡିଆନ୍ ନ୍ୟୁଜ

126

ରେଳପଥ ସଂପ୍ରସାରଣ ଦାବିରେ ପାଟଣାଗଡ଼ ବନ୍ଦ

Team Odian News |

ପାଟଣାଗଡ଼,:, ୮/୨(ଓଡିଆନ୍ ନ୍ୟୁଜ): ବଲାଙ୍ଗିର-ନୂଆପଡ଼ା ଭାୟା ପାଟଣାଗଡ଼ ରେଳପଥ ସଂପ୍ରସାରଣ ଦାବିରେ ପାଟଣାଗଡ଼ ବନ୍ଦ ପାଳନ କରାଯାଉଛି। ପାଟଣାଗଡ଼ ନାଗରିକ କମିଟି ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଛି।ଏଥିପାଇଁ ହରିଶଙ୍କର ରୋଡ୍ ଷ୍ଟେସନ୍‌ରେ ରେଳ ରୋକ କରାଯାଇଛି। ଏହି ଆନ୍ଦୋଳନକୁ ବିଭିନ୍ନ ରାଜନୈତିକ ଦଳ ସମର୍ଥନ କରିଛନ୍ତି। ବନ୍ଦ ଡାକରା ଯୋଗୁ ସହରରେ ଦୋକାନ ବଜାର ବନ୍ଦ ରହିଛି। ଗାଡ଼ି ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି। ଦାବି ପୂରଣ ନହେଲେ ଆନ୍ଦୋଳନ ତୀବ୍ର କରିବାକୁ ଆନ୍ଦୋଳନକାରୀ ଚେତାବନୀ ଦେଇଛନ୍ତି।