ଓଡିଆନ୍ ନ୍ୟୁଜ

110

ବିଜେପିର ପ୍ରତିଶ୍ରୁତି ସମାବେଶ, କ୍ଷମତାକୁ ଆସିଲେ ସ୍ଥାୟୀ ପଟ୍ଟା ସହ ପକ୍କାଘର ବେରୋଜଗାର ମିଳିବ

Team Odian News |

 

ବିଜେପିର ପ୍ରତିଶ୍ରୁତି ସମାବେଶ, କ୍ଷମତାକୁ ଆସିଲେ ସ୍ଥାୟୀ ପଟ୍ଟା ସହ ପକ୍କାଘର ବେରୋଜଗାର ମିଳିବ
ଭୁବନେଶ୍ୱର,୯/୨(ଓଡ଼ିଆନ ନ୍ୟୁଜ): ଭୁବନେଶ୍ୱରସ୍ଥ ସ୍ୱାଧୀନତା ସଂଗ୍ରାମୀ ପଡ଼ିଆରେ ବିଜେପିର ପ୍ରତିଶ୍ରୁତି ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶରୁ ବିଜେପିର ନିର୍ବାଚନୀ ପ୍ରଚାର ଆରମ୍ଭ ହୋଇଯାଇଛି ।  ଏହି ସମାବେଶରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ରାଜ୍ୟବାସୀଙ୍କୁ  ବିଭିନ୍ନ ପ୍ରସଙ୍ଗରେ ବିଭିନ୍ନ ପ୍ରତିଶ୍ରୁତି ଦେଇଛନ୍ତି ।  ସ୍ଥାୟୀ ପଟ୍ଟା, ପକ୍କା ଘର ଓ ବେକାରଙ୍କୁ ରୋଜଗାର ପ୍ରତିଶ୍ରୁତି ଦେଇଛନ୍ତି ମନ୍ତ୍ରୀ ଶ୍ରୀ ପ୍ରଧାନ । ୧୯ ନିର୍ବାଚନ ପୂର୍ବରୁ ଭୋଟରଙ୍କୁ ଇଏ ରାଜ୍ୟ ବିଜେପିର ପ୍ରତିଶ୍ରୁତି। ଦଳ କ୍ଷମତାକୁ ଆସିଲେ ସ୍ଥାୟୀ ପଟ୍ଟା ସହ ପକ୍କାଘର ତାସାଙ୍ଗକୁ ବେରୋଜଗାରକୁ ମିଳିବ ରୋଜଗାର। ଏହାବ୍ୟତୀତ ବିଜୁଳି, ପାଣି, ଓ ପାଇଖାନା ସହ ଗ୍ୟାସ୍।ରାଜଧାନୀରେ ଦଳର ପ୍ରତିଶ୍ରୁତି ସମାବେଶ ଶୁଭାରମ୍ଭରେ ଏଭଳି ଘୋଷଣା ସାଙ୍ଗକୁ ଘରେ ଘରେ ଏ ପତ୍ର ପହଞ୍ଚାଇବାକୁ ପଣ କରିଛନ୍ତି ନେତା ଓ କର୍ମୀ। ୫୫ ବର୍ଷ ଧରି କେନ୍ଦ୍ରରେ କ୍ଷମତାରେ ଥାଇ କଂଗ୍ରେସ୍‌ ହେଉ ବା ୧୯ ବର୍ଷର ବିଜେଡି ସରକାର ଯାହା କରିପାରିନଥିଲା।ମାତ୍ର ୫୫ ମାସରେ ମୋଦି ସରକାର ତାହା କରି ଦେଖାଇଛି ବୋଲି କହିଛି ଦଳ। ସେପଟେ ରାଉରକେଲା ସମାବେଶରେ ରାହୁଲ ଗାନ୍ଧି କଂଗ୍ରେସ୍‌ର ଗ୍ୟାରେଣ୍ଟି କାର୍ଡ ବାଣ୍ଟିବା ପରେ ଆଜି ଆଉ ଏକ ପ୍ରତିଶ୍ରୁତି ଯୋଡିଛି ଦଳ।

ପିସିସି ସଭାପତି ଟ୍ୱିଟରେରେ ଦେଇଥିବା ସୂଚନା ଅନୁସାରେ କଂଗ୍ରେସ କ୍ଷମତାକୁ ଆସିଲେ, ପ୍ରତି ପରିବାରରୁ ଜଣଙ୍କୁ ସରକାରୀ କିମ୍ବା ବେସରକାରୀ ଚାକିରି ମିଳିବ। ତେବେ କଂଗ୍ରେସ ଓ ବିଜେପିର ଏ ପ୍ରତିଶ୍ରୁତିକୁ ରାଜ୍ୟବାସୀ ଆଦୌ ଗ୍ରହଣ କରିବେନି ବୋଲି କହିଛି ବିଜେଡି।

ନିର୍ବାଚନୀ ପୂର୍ବର ପ୍ରତିଶ୍ରୁତିକୁ କ୍ଷମତା ହାସଲ ପରେ ରାଜନୈତିକ ଦଳମାନେ କେତେ ଆନ୍ତରିକତାର ସହ ପାଳନ କରନ୍ତି ତାହା ରାଜ୍ୟବାସୀ ଭଲ ଭାବେ ଜାଣନ୍ତି। ତଥାପି ଏଭଳି ମନଲୋଭା ପ୍ରତିଶ୍ରୁତି ନିଶ୍ଚିତ କିଛି ଅଞ୍ଚଳ ଓ ବର୍ଗଙ୍କ ଉପରେ ପ୍ରଭାବ ପକାଇବ ବୋଲି ରାଜନୈତିକ ବିଶ୍ଳେଷକଙ୍କ ମତ।