ଓଡିଆନ୍ ନ୍ୟୁଜ

106

ମହାନଦୀ ଜଳ ବିବାଦ : ଆପୋଷ ସମାଧାନ କରିବାକୁ ଦୁଇ ରାଜ୍ୟଙ୍କୁ ପରାମର୍ଶ

Team Odian News |

ମହାନଦୀ ଜଳ ବିବାଦ : ଆପୋଷ ସମାଧାନ କରିବାକୁ ଦୁଇ ରାଜ୍ୟଙ୍କୁ ପରାମର୍ଶ
 ନୂଆଦିଲ୍ଲୀ,୯/୨(ଓଡ଼ିଆନ ନ୍ୟୁଜ) :  ମହାନଦୀ ଜଳ ବିବାଦରେ ଓଡ଼ିଶାର ମଧ୍ୟବର୍ତ୍ତୀକାଳୀନ ଆବେଦନକୁ ନେଇ ଆପୋଷ ସମାଧାନ କରିବାକୁ ଓଡ଼ିଶା ଏବଂ ଛତିଶଗଡ଼କୁ ପ୍ରସ୍ତାବ ଦେଇଛନ୍ତି ମହାନଦୀ ଟ୍ରିବ୍ୟୁନାଲ।ଉଭୟ ପକ୍ଷର ବୈଷୟିକ ଟିମ୍ ଏକାଠି ବସି ସମାଧାନର ବାଟ ବାହାର କରିବାକୁ ଟ୍ରିବ୍ୟୁନାଲ କହିଛନ୍ତି। ଯଦି ଏହା ନ ହୁଏ, ତେବେ ଚୂଡ଼ାନ୍ତ ରାୟ ପ୍ରକାଶ କରାଯିବ। ମହାନଦୀ ଟ୍ରିବ୍ୟୁନାଲରେ ଓଡ଼ିଶା ମଧ୍ୟବର୍ତ୍ତୀକାଳୀନ ଆବେଦନ କରି ଦାବି କରିଥିଲା ଯେ, ଅଣ ମୌସୁମୀ ସମୟରେ ରାଜ୍ୟକୁ ୧ ଦଶମିକ ୭୪ ମିଲିୟନ ଏକର ଫୁଟ୍ ଜଳ ଦିଆଯାଉ।ଏହାକୁ ନେଇ ଦୁଇ ସପ୍ତାହ ଭିତରେ, ଉଭୟ ରାଜ୍ୟ ଦାଖଲ କରିଥିବା ସତ୍ୟପାଠର ତଥ୍ୟ ପ୍ରମାଣ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଟ୍ରିବ୍ୟୁନାଲ।  ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୯ ତାରିଖରେ ହେବ।