ଓଡିଆନ୍ ନ୍ୟୁଜ

163

ଲୁଣ ଦେବ ଫାଇଦା

Team Odian News |

ଲୁଣ ଦେବ  ଫାଇଦା
 
୯/୨(ଓଡ଼ିଆନ ନ୍ୟୁଜ):ଲୁଣକୁ ସାଧାରଣତଃ ଘରମାନଙ୍କରେ ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର କରାଯାଇଥାଏ । କେତେକ ଔଷଧରେ ମଧ୍ୟ ଏହାର ବ୍ୟବହାର ହୋଇଥାଏ । ହେଲେ ଲୁଣର ଅନ୍ୟ କିଛିଟି ବ୍ୟବହାର ଆମେ ଆପଣଙ୍କୁ ଜଣାଉଛୁ ଯାହାଦ୍ୱାରା ନିତିଦିନିଆ ଜୀବନ ଶୈଳୀରେ ଉପୁଜୁଥିବା କିଛିଟି ସମସ୍ୟାର ସମାଧାନ ଚୁଟୁକିରେ କରିପାରିବେ ।
• ଅନେକ ସମୟରେ ପୋଷାକ ଇସ୍ତ୍ରୀ କରିବା ବେଳେ ଅଧିକ ଗରମ ହୋଇ ବା ଅନ୍ୟ କିଛି କାରଣରୁ କପଡ଼ା ପୋଡ଼ି ସେଥିରେ ଲାଗି ରହେ । ଏହା ଦ୍ୱାରା ସେହି ଆଇରନରେ ଅନ୍ୟ ପୋଷାକ ଇସ୍ତ୍ରୀ କରିବା ସମ୍ଭବ ହୋଇନଥାଏ ।  ଏଭଳି କ୍ଷେତ୍ରରେ ଗୋଟିଏ ଟିସୁପେପର ଉପରେ କିଛି ଲୁଣ ଢାଳି ପୋଡ଼ିଯାଇଥିବା ଆଇରନକୁ ଘସନ୍ତୁ । ଏହି ଭଳି କିଛି ସମୟ କରିବା ପରେ ଦେଖିବେ ଆଇରନଟି ପୂର୍ବଭଳି ଦେଖାଯିବ ।
• ସେହିଭଳି ଦିନସାରା ବିଭିନ୍ନ କାର୍ଯ୍ୟ କରିବା ଦ୍ୱାରା ବା ଆମିଷ କାଟିବା,ରାନ୍ଧିବା ପରେ ହାତରୁ ଦୁର୍ଗନ୍ଧ ବାହାରୁଛି ତେବେ କିଛି ଲୁଣ ନେଇ ହାତରେ ଧିରେ ଧିରେ ମକଚିନ୍ତୁ । ପ୍ରାୟ ଗୋଟେରୁ ୨ମିନିଟ୍ ଏଭଳି କରିବା ପରେ ଥଣ୍ଡା ପାଣିରେ ହାତ ଧୋଇ ଦିଅନ୍ତୁ ଦେଖିବେ ଆଗଭଳି ଦୁର୍ଗନ୍ଧ ନଥିବ ।
• ସେହିଭଳି ଅନେକ ସମୟରେ ମସଲା,ବିରି ବା ଅନ୍ୟାନ୍ୟ ଜିନିଷ ଗ୍ରାଇଣ୍ଡରେ ବାଟିବା ପରେ କାର୍ଯ୍ୟବ୍ୟସ୍ତତା ବା ଭୁଲାପଣ ପାଇଁ ତାର କପ୍ ଗୁଡ଼ିକ ସେଭଳି ରହିଯାଇଥାଏ । ହେଲେ ପରେ ତାହା ଶୁଖିଯାଇଥିବାରୁ ଛାଡ଼ିବା କଷ୍ଟକର ହୋଇପଡ଼େ ।  ଆପଣ ଯଦି ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ସେହି କପ୍ରେ କିଛି ବରଫ ଖଣ୍ଡ, ଅଳ୍ପ ଲୁଣ ଓ ପାଣି ମିଶାଇ ଭଲଭାବରେ ଏପାଖ ସେପାଖ କରନ୍ତୁ ଦେଖିବେ କିଛି ସମୟ ପରେ ତାହା ଭଲଭାବରେ ସଫା ହୋଇଯିବ ।
• ବାସନ ପୋଡ଼ିଯାଇଥିଲେ ତାହାକୁ ସଫାକରିବା ପାଇଁ ଲୁଣର ବ୍ୟବହାର କରିପାରିବେ । ପୋଡ଼ା ବାସନରେ କିଛି ଲୁଣ ଓ ପାଣି ଦେଇ ଗରମ କରନ୍ତୁ । ଏହାପରେ ସେହି ପାଣିକୁ ବାହରକରି ବାସନ ସଫା କରିଦିଅନ୍ତୁ, ଦେଖିବେ ସମ୍ପୂର୍ଣ୍ଣ ଦାଗ ଛାଡ଼ିଯିବ ।
• ସେହିଭଳି ରୋସେଇ ସମୟରେ ଗରମ ତେଲ ଦେହକୁ ଛିଟିକି ଥାଏ । ବିଶେଷ କରି ମାଛ ଭାଜିବା ବା ମସଲା କସିବା ସମୟରେ ଏହି ସମସ୍ୟା ଦେଖାଦେଇଥାଏ ।  ଏଥିପାଇଁ ଆପଣ ତେଲ ଗରମ କରିବା ସମୟରେ ଅଳ୍ପ ଲୁଣ ପକାଇ ଦିଅନ୍ତୁ ଦେଖିବେ ତେଲ ଛିଟିକା ମାରିବ ନାହିଁ ।