ଓଡିଆନ୍ ନ୍ୟୁଜ

171

ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡରେ ବିଷାକ୍ତ ମଦ ମୃତ୍ୟୁର ବିଭୀଷିକାରେ ମୃତ୍ୟୁ ସଂଖ୍ୟା ୭୨

Team Odian News |

ଲକ୍ଷ୍ନୌ,(omn), ୧୦ /୨: ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡରେ ବିଷାକ୍ତ ମଦ ମୃତ୍ୟୁର ବିଭୀଷିକାରେ ମୃତ୍ୟୁ ସଂଖ୍ୟା ୭୨ରେ ପହଞ୍ଚିଲାଣି। କେବଳ ୟୁପିର ଶାହରନପୁର ଜିଲ୍ଲାରେ ବିଷାକ୍ତ ମଦ ଯୋଗୁ ୪୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଉତ୍ତରାଖଣ୍ଡର ରୁର୍କିରେ ୨୮ ଜଣଙ୍କ ଜୀବନ ଗଲାଣି। ବିଷାକ୍ତ ମଦ ପିଇ ଗୁରୁତର ଭାବେ ଅସୁସ୍ଥ ହୋଇଥିବା ୨୪ରୁ ଅଧିକ ଲୋକ ବର୍ତ୍ତମାନ ଡାକ୍ତରଖାନରେ ଚିକିତ୍ସା ହେଉଛନ୍ତି। ବିଷାକ୍ତ ମଦ ବିକ୍ରି ଅଭିଯୋଗରେ ପୁଲିସ୍ ୨୫ଟି ମାମଲା ରୁଜୁ କରିବା ସହିତ ୩୦ ଜଣଙ୍କୁ ଗିରଫ କରିଛି। ଶାହରନପୁରରୁ ଜବତ ହୋଇଛି ୪ ଶହ ଲିଟର୍ ବେଆଇନ୍‌ ମଦ।ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ପ୍ରଥମେ ଏହି ବିଷାକ୍ତ ମଦ ଉତ୍ତରାଖଣ୍ଡରେ ବିକ୍ରି ହେଉଥିଲା। ଶାହରନପୁର ଅଞ୍ଚଳରୁ ଲୋକେ ସେଠାକୁ ଯାଇ ଦେଶୀ ମଦ ଆଣି ବିକ୍ରି କରିଥିଲେ। ବିହାର ଅଞ୍ଚଳରୁ ଏହି ବିଷାକ୍ତ ମଦ ରାଜ୍ୟ ଭିତରକୁ ଅଣାଯାଇଥିଲା ବୋଲି କହିଛି କୁଶୀନଗର ପୁଲିସ୍। ଅପରପକ୍ଷରେ ଉତ୍ତର ପ୍ରଦେଶ ସରକାର ମୃତକଙ୍କ ପରିବାର ପିଛା ୨ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି। ପ୍ରକାଶ ଥାଉକି, ଏହା ପୂର୍ବରୁ ୨୦୧୧ରେ ୟୁପିରେ ବିଷାକ୍ତ ମଦ ପିଇ ୧୭୫ ଜଣଙ୍କ ମୃତ୍ୟୁ ହୋଇଥିଲା।