ଓଡିଆନ୍ ନ୍ୟୁଜ

118

ଟିଏମ୍‌ସି ବିଧାୟକ ହତ୍ୟା ମାମଲାରେ ୨ ଗିରଫ, ପୁଲିସ୍‌ ଅଫିସର୍ ନିଲମ୍ବିତ

Team Odian News |

କୋଲକାତା,(omn) ୧୦/୨: ଟିଏମ୍‌ସି ବିଧାୟକ ସତ୍ୟଜିତ୍ ବିଶ୍ୱାସଙ୍କୁ ଗୁଳିକରି ହତ୍ୟା କରାଯିବା ଘଟଣାରେ କୋଲକାତା ପୁଲିସ୍ ୨ ଜଣଙ୍କୁ ଗରିଫ କରିବା ସହିତ ମାମଲାରେ ସାମିଲ୍‌ ନେଇ ହନ୍‌ସଖାଲି ପୁଲିସ୍ ଷ୍ଟେସନ୍‌ ଚାର୍ଜରେ ଥିବା ଜଣେ ପୁଲିସ୍‌ ଅପିସର୍‌ଙ୍କୁ ନିଲମ୍ବିତ କରାଯାଇଛି। ଗିରଫ୍‌ ଦୁଇଜଣ ହେଲେ କାର୍ତ୍ତିକ ମଣ୍ଡଳ ଓ ସୁଜିତ୍ ମଣ୍ଡଳ।ସତ୍ୟଜିତ୍ ବିଶ୍ୱାସ ପଶ୍ଚିମବଙ୍ଗ କୃଷ୍ଣଗଞ୍ଜ ବିଧାନସଭାର ବିଧାୟକ ଥିଲେ। ସେ ମାଝ୍‌ଦିଆ ଅଞ୍ଚଳକୁ ଏକ ସରସ୍ୱତୀ ପୂଜା ସମାରୋହରେ ଯୋଗ ଦେବା ପାଇଁ ଯାଇଥିଲେ। ସମାରୋହ ଉଦ୍‌ଘାଟନ ସରିବା ପରେ ତାଙ୍କୁ ଗୁଳି କରିଥିଲେ ଦୁର୍ବୃତ୍ତ। ଘଟଣାସ୍ଥଳରେ ହିଁ ଟଳି ପଡ଼ିଥିଲେ ସତ୍ୟଜିତ୍। ସଙ୍ଗେସଙ୍ଗେ ତାଙ୍କୁ କୃଷ୍ଣନଗର ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଏବେ ଏହି ଘଟଣାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ନିଜ ଦଳର ବିଧାୟକଙ୍କ ହତ୍ୟା ପାଇଁ ଟିଏମ୍‌ସି ବିଜେପିକୁ ଦାୟୀ କରିଛି। ସେପଟେ ଏହି ଅଭିଯୋଗକୁ ଖଣ୍ଡନ କରିଛି ବିଜେପି।