ଓଡିଆନ୍ ନ୍ୟୁଜ

178

ହାତର ସୁନ୍ଦରତା ପାଇଁ . . .

Team Odian News |

ହାତର ସୁନ୍ଦରତା ପାଇଁ . . .


 ଅତ୍ୟଧିକ ଖରା କାରଣରୁ ହାତ ଓ ହାତର ଆଙ୍ଗୁଠି ମଳିନ ପଡ଼ି ଯାଇଥାଏ । ଏହାଦ୍ୱାରା ହାତ  କଳା ପଡ଼ିଯିବା ସହ ହାତର ସୁନ୍ଦରତା ଲୁଚି ଯାଇଥାଏ । ହାତକୁ ଯଦି ସବୁବେଳେ ସୁନ୍ଦର ରଖିବାକୁ ଚାହାନ୍ତି ତେବେ ଜାଣନ୍ତୁ କିଛି ଟିପ୍ସ...
ହାତର କ୍ରିମ – ସକାଳ ଆଉ ସନ୍ଧ୍ୟାରେ ହାତରେ କ୍ରିମ ଲଗାନ୍ତୁ । ଆଜିକାଲି ବଜାରରେ କେବଳ ହାତରେ ଲଗାଇବା ପାଇଁ ବହୁ କ୍ରିମ ଉପଲବ୍ଧ । ଏହା ଲଗାଇବା ଦ୍ୱାରା  ହାତର ସୁନ୍ଦରତାକୁ ଅତୁଟ ରହିଥାଏ ।
ସନ୍ବ୍ଳକ୍ କ୍ରିମ –ଘରୁ ବାହାରିବା ପୂର୍ବରୁ ହାତରେ ଏସ୍ପିଏଫ୍- ୧୫ କିମ୍ବା ଏସ୍ପିଏଫ୍-୩୦ ଯୁକ୍ତ ସନ୍ବ୍ଲକ କ୍ରିମ ଲଗାଇ ପାରିବେ । ଏହା ଆପଣଙ୍କ ତ୍ୱଚାର ଟ୍ୟାନ ଦୂର କରିବ ।
ଲେମ୍ବୁ -  ହାତରେ ଲେମ୍ବୁ ଲଗାଇବା ଦ୍ୱାରା ହାତରୁ କଳାଦାଗ ଦୂର ହୋଇଥାଏ । ପ୍ରତ୍ୟେକ ଦିନ ହାତରେ ଲେମ୍ବୁ ଘସି ପାରିବେ ।
ଘରୋଇ ପ୍ୟାକ୍ - ଘରୋଇ ଉପାୟରେ ବି ହାତରୁ କଳା ଦାଗ  ଦୂର କରି ପାରିବେ । ଏଥିପାଇଁ ଲେମ୍ବୁ ରସରେ ଚିନି ଆଉ ଲୁଣର ଏକ ପ୍ୟାକ୍ ପ୍ରସ୍ତୁତ କରନ୍ତୁ । ଏହା ସହିତ ବେସନ ଓ ଦହିର ପ୍ୟାକ୍ ମଧ୍ୟ ଲଗାଇ ପାରିବେ ।
ମେନିକ୍ୟୁୟର – ହାତର ସୁନ୍ଦରତା ପାଇଁ ସମୟ-ସମୟରେ ପାର୍ଲର ମଧ୍ୟ ଯାଇପାରିବେ । ହାତର ମେନିକ୍ୟୁୟର କରାଇଲେ ହାତ ଅଧିକ ସୁନ୍ଦର ତଥା ଆକର୍ଷକ ଲାଗିଥାଏ  ।