ଓଡିଆନ୍ ନ୍ୟୁଜ

173

ଓଡ଼ିଶା ଆସିବେ ଯୋଗୀ ଆଦିତ୍ୟନାଥ-ରାଜନାଥ ସିଂ

Team Odian News |

ଓଡ଼ିଶା ଆସିବେ ଯୋଗୀ ଆଦିତ୍ୟନାଥ-ରାଜନାଥ ସିଂ


ଭୁବନେଶ୍ୱର,୧୦/୨(ଓଡ଼ିଆନ ନ୍ୟୁଜ):  ମୋଦି,ଶାହା,ଗଡକାରୀଙ୍କ ପରେ ଏବେ ଓଡ଼ିଶା ଆସିବେ  ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଆସନ୍ତା ୨୦ତାରିଖରେ ଓଡ଼ିଶା ଗସ୍ତରେ ଆସିବେ। ମୁଖ୍ୟମନ୍ତ୍ରୀ ହେବାପରେ ସେ ପ୍ରଥମଥର ପାଇଁ ଓଡ଼ିଶା ଗସ୍ତରେ ଆସି ବିଜେପିର କଳାହାଣ୍ଡିର ଭବାନୀପାଟଣା ଓ ଖୋର୍ଦ୍ଧାର ନାଚୁଣୀରେ  ଦୁଇଟି ବିଶାଳ କର୍ମକର୍ତ୍ତା ସମାବେଶରେ ଯୋଗ ଦେବାର ଉଦବୋଧନ ଦେବେର କାର୍ଯ୍ୟକ୍ରମ ରହିଛି।  ରାଜ୍ୟ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ଆଜି ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି  ୧୪ରୁ ୨୦ତାରିଖ ମଧ୍ୟରେ ବିଜେପି ଅଧ୍ୟକ୍ଷ ଅମିତ୍ ଶାହ, କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ଓ ରାମକୃପାଳ ଯାଦବ ମଧ୍ୟ ଓଡ଼ିଶା ଗସ୍ତରେ ଆସିବେ। ୧୪ତାରିଖରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଯାଦବ ଟିଟିଲାଗଡ଼ ଓ ରାଉରକେଲାରେ ବିଜେପିର ପରିବର୍ତ୍ତନ ସମାବେଶରେ ଯୋଗ ଦେବେ। ସେହିଭଳି ଆସନ୍ତା ୧୭ ତାରିଖରେ ଓଡ଼ିଶା ଆସି ଭଦ୍ରକରେ ଏକ ସାଧାରଣ ସଭାରେ ଉଦବୋଧନ ଦେବେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ।