ଓଡିଆନ୍ ନ୍ୟୁଜ

165

ରଥକାଠ ଅନୁକୂଳ ହେଲା

Team Odian News |

ରଥକାଠ ଅନୁକୂଳ ହେଲା 


ପୁରୀ ,୧୦/୨(ଓଡ଼ିଆନ ନ୍ୟୁଜ): ଆଜି ବସନ୍ତ ପଞ୍ଚମୀ ଅବସରରେ ଆଜି ଶ୍ରୀକ୍ଷେତ୍ରରେ ରଥକାଠ ଅନୁକୂଳ ହୋଇଛି ।  ଶ୍ରୀମନ୍ଦିର ସମ୍ମୁଖ ରଥଖଳାରେ ପରମ୍ପରା ଅନୁଯାୟୀ, ତିନି ରଥ ପାଇଁ ତିନୋଟି କାଠ  ପୂଜା ହେଇଛି । ପୁରୋହିତମାନେ ଏହି ପୂଜା କାର୍ଯ୍ୟ ସମ୍ପନ୍ନ କରିଛନ୍ତି । ସରସ୍ଵତୀ ପୂଜା ତଥା ମାଘମାସ ଶୁକ୍ଳପକ୍ଷ ପଞ୍ଚମୀତିଥି ଦିନ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପଞ୍ଚପଲ୍ଲବ ଲାଗି ହୁଏ ଓ ରଥଯାତ୍ରା ନିମନ୍ତେ ରଥକାଠ ଅନୁକୂଳ କରାଯାଏ । ଶ୍ରୀଜୀଉ ମାଘ ଶୁକ୍ଳପଞ୍ଚମୀ ତିଥିରୁ ନିଜର ଶୀତବସ୍ତ୍ରକୁ ପରିହାର କରି ଗୈରିକ ବର୍ଣ୍ଣର ବସ୍ତ୍ର ପରିଧାନ କରନ୍ତି । ଏହାସହ ଅକ୍ଷୟ ତୃତୀୟାରୁ ରଥ ତିଆରି ହୁଏ ।