ଓଡିଆନ୍ ନ୍ୟୁଜ

146

ତୁମେ ମୋର ସର୍ବପ୍ରିୟ ବନ୍ଧୁ, ମୋ ପତ୍ନୀ ଓ.......

Team Odian News |

ତୁମେ ମୋର ସର୍ବପ୍ରିୟ ବନ୍ଧୁ, ମୋ ପତ୍ନୀ ଓ.......
ନୂଆଦିଲ୍ଲୀ :,11/2(omn) : ପତ୍ନୀ ପ୍ରିୟଙ୍କା ଗାନ୍ଧୀଙ୍କ ପାଇଁ  ଏକ ଫେସ୍‌ବୁକ୍‌ ପୋଷ୍ଟ୍‍ ଲେଖିଛନ୍ତି  ସ୍ୱାମୀ ରବର୍ଟ ଭଦ୍ରା। ସେ ପ୍ରିୟଙ୍କାଙ୍କୁ ‘ପି’ ବୋଲି ସମ୍ବୋଧନ କରି ଲେଖିଛନ୍ତି, ‘ତୁମ ପାଇଁ ମୋର ଶୁଭକାମନା ପି। ଉତ୍ତରପ୍ରଦେଶରେ ନୂଆ କାମ ପାଇଁ ଓ ପୂରା ଭାରତରବାସୀଙ୍କ ସେବା କରିବା ପାଇଁ। ତୁମେ ମୋର ସର୍ବପ୍ରିୟ ବନ୍ଧୁ, ମୋ ପତ୍ନୀ ଓ ଆମ ପିଲାମାନଙ୍କ ପାଇଁ ଜଣେ ଉତ୍ତମ ମାଆ। ଏବେ ଖୁବ୍‌ ଚତୁର ଏବଂ ପ୍ରତିଶୋଧ ପରାୟଣ ରାଜନୀତି ଚାଲିଛି। ମାତ୍ର ମୁଁ ଜାଣେ ଲୋକଙ୍କ ସେବା କରିବା ଏବେ ତୁମ କର୍ତ୍ତବ୍ୟ। ଏବେ ପୂରା ଭାରତର ଲୋକଙ୍କ ହାତରେ ମୁଁ ତାଙ୍କୁ ଦେଇ ଦେଲି। ଦୟାକରି ତାଙ୍କର ଯତ୍ନ ନିଅନ୍ତୁ।’ଉଲ୍ଲେଖଯୋଗ୍ୟ, ଆଗାମୀ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରିୟଙ୍କା ଆଜି ଲକ୍ଷ୍ନୌଠାରେ ଏକ ରୋଡ୍‌ସୋ’ରୁ ନିଜର ପ୍ରଥମ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି।