ଓଡିଆନ୍ ନ୍ୟୁଜ

150

ଆସନ୍ତକାଲି ଚନ୍ଦ୍ରଭାଗା ବୁଡ଼

Team Odian News |

ଆସନ୍ତକାଲି ଚନ୍ଦ୍ରଭାଗା ବୁଡ଼


କୋଣାର୍କ,୧୧/୨(ଓଡିଆନ୍ ନ୍ୟୁଜ): ଆସନ୍ତକାଲି ମାଘ ସପ୍ତମୀ, ପ୍ରସିଦ୍ଧ ଚନ୍ଦ୍ରଭାଗା ବୁଡ଼। ଏହି ପବିତ୍ର  ତିଥିରେ କୋଣାର୍କ ସୂର୍ଯ୍ୟ ମନ୍ଦିର ନିକଟ ଚନ୍ଦ୍ରଭାଗା ନଦୀରେ ବୁଡ଼ ପକାଇବେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଵ  । ଆଜିଠୁ କୋଣାର୍କରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବାରେ ଲାଗିଛି, ଏହି ଦିନରେ ବୁଡ଼ ପକାଇଲେ ପାପକ୍ଷୟ ହେବା ସହିତ ରୋଗରୁ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ କରାଯାଏ । ବହୁ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଓ ପୁଲିସ୍‌ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ପବିତ୍ର ତୀର୍ଥ ପୁଷ୍କରଣୀ ଖନନ କାର୍ଯ୍ୟ ଶେଷ ହୋଇଛି। ସେପଟେ ଚନ୍ଦ୍ରଭାଗା କୂଳରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ମେଳା ନିକଟବର୍ତ୍ତୀ ଅଞ୍ଚଳର ପରିମଳ ବ୍ୟବସ୍ଥାକୁ ବିଶେଷ ଧ୍ୟାନ ଦିଆଯାଇଛି। ପରମ୍ପରା ଅନୁଯାୟୀ ମାଧିପୁରର ଶ୍ରୀ ଶ୍ରୀ ତ୍ରିବେଣୀଶ୍ଵର ମହାଦେବ, ସନ୍ଥପୁରର ଶ୍ରୀ ଶ୍ରୀ ଐଶାଣେଶ୍ଵର ମହାଦେବ, କୁରୁଜଙ୍ଗର ଶ୍ରୀ ଶ୍ରୀ ଦକ୍ଷିନେଶ୍ୱର ମହାଦେବ ମାଘ ଷଷ୍ଠୀ ତିଥିରେ ଶୋଭାଯାତ୍ରାରେ ବାହାରିବେ। ନଗର ପରିକ୍ରମା ପରେ ପୂର୍ବ ନିର୍ଦ୍ଧାରିତ ଅମୃତ ବେଳାରେ ଚନ୍ଦ୍ରଭାଗା ତୀର୍ଥ ପୂଜା ମଣ୍ଡପରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ହେବ। ଏହାପରେ ଦୂର ଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁ ବୁଡ଼ ପକାଇବେ।