ଓଡିଆନ୍ ନ୍ୟୁଜ

172

ପ୍ରଧାନମନ୍ତ୍ରୀ କିଷାନ ଯୋଜନାକୁ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ

Team Odian News |

ପ୍ରଧାନମନ୍ତ୍ରୀ କିଷାନ ଯୋଜନାକୁ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ ଭୁବେଶ୍ବର,୧୧/୨(ଓଡିଆନ୍ ନ୍ୟୁଜ): ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଧାନମନ୍ତ୍ରୀ କିଷାନ ଯୋଜନାକୁ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ, ରାଜ୍ୟରେ ଡିସେମ୍ବରରୁ କାଳିଆ ଯୋଜନା ଆରମ୍ଭ ହୋଇଥିବା ବେଳେ ଏଥିରେ ୯୨% ଚାଷୀ ଉପକୃତ ହେଉଥିବା ଜାଣିଛନ୍ତି। ଭୂମିହୀନ ଓ ଭାଗଚାଷୀଙ୍କୁ କିଷାନ ଯୋଜନାରେ ସାମିଲ କରିବାକୁ ଦାବି କରିଛନ୍ତି ନବୀନ। ଦୁର୍ବଳ ଓ କ୍ଷତିପ୍ରବଣ ଚାଷୀଙ୍କୁ ମଧ୍ୟ ଯୋଜନାରେ ସାମିଲ କରିବାକୁ ଚିଠିରେ ଲେଖି ଜଣାଇଛନ୍ତି।