ଓଡିଆନ୍ ନ୍ୟୁଜ

151

ଲୋକାୟୁକ୍ତ ଅଧ୍ୟକ୍ଷଙ୍କ ନାଁ, ରାଜ୍ୟପାଳଙ୍କ ଅନୁମୋଦନ କଲା ପରେ ପ୍ରକାଶ ପାଇବ

Team Odian News |

ଲୋକାୟୁକ୍ତ ଅଧ୍ୟକ୍ଷଙ୍କ ନାଁ, ରାଜ୍ୟପାଳଙ୍କ  ଅନୁମୋଦନ କଲା ପରେ ପ୍ରକାଶ ପାଇବ
ଭୁବନେଶ୍ୱର,୧୨/୨(ଓଡିଆନ୍ ନ୍ୟୁଜ): ଲୋକାୟୁକ୍ତ ଚୟନ କମିଟି ବୈଠକରେ ମଙ୍ଗଳବାର ଅଧ୍ୟକ୍ଷଙ୍କ ନାଁ ଚୂଡ଼ାନ୍ତ ହୋଇଛି ବୋଲି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହା ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି। ବୈଠକରେ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି ଯେ, ସର୍ବସମ୍ମତି କ୍ରମେ ନାଁ ଚୂଡ଼ାନ୍ତ ହୋଇଛି।
ଚୟନ କରାଯାଇଥିବା ନାଁ ରାଜ୍ୟପାଳଙ୍କ ନିକଟକୁ ପଠାଯିବ। ରାଜ୍ୟପାଳ ଏହାକୁ ଅନୁମୋଦନ କଲା ପରେ ନାଁ ପ୍ରକାଶ କରାଯିବ। ଲୋକାୟୁକ୍ତ କମିଟି ସଦସ୍ୟମାନଙ୍କ ନାଁ ପରେ ଚୂଡ଼ାନ୍ତ କରାଯିବ ବୋଲି ପାଢ଼ୀ କହିଛନ୍ତି। ଏଥି ପାଇଁ ଆଉ ଥରେ ପୁଣି ଏକ ବୈଠକ ବସିବ। ବୈଠକରେ ବିରୋଧୀ ଦଳର ନେତା, ହାଇକୋର୍ଟ ମୁଖ୍ୟ ବିଚାରପତି, ବିଧାନସଭା ବାଚସ୍ପତି ଓ ଜଷ୍ଟିସ ଅନଙ୍ଗ ପଟ୍ଟନାୟକ ଉପସ୍ଥିତ ଥିଲେ।