ଓଡିଆନ୍ ନ୍ୟୁଜ

137

ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଭିଭିପାଟ୍ ରେ ଭୋଟ ଦେଲେ

Team Odian News |

ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ   ଭିଭିପାଟ୍ ରେ ଭୋଟ ଦେଲେ
ଭୁବନେଶ୍ୱର,୧୨/୨(ଓଡିଆନ୍ ନ୍ୟୁଜ): ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ସଚେତନତା ସୃଷ୍ଟି ପାଇଁ ସଚିବାଳୟରେ ମକ୍ ପୋଲ୍ କାର‌୍ୟ୍ୟକ୍ରମ ଆୟୋଜିତ ହୋଇଯାଇଛି । ମୁଖ୍ୟ ଶାସନ ସଚିବଙ୍କ ସମେତ ବହୁ ଅଧିକାରୀ ଏଥିରେ ସାମିଲ ହୋଇଛନ୍ତି । ମକ୍ ପୋଲ ବେଳେ ଇଭିଏମ୍, ଭିଭିପାଟ୍ ବ୍ୟବହାର ନେଇ ଅଧିକାରୀ ଓ ସଚିବାଳୟ କର୍ମଚାରୀଙ୍କୁ ଏହି ଅବସରରେ ତାଲିମ ଦିଆଯାଇଛି ।
ରାଜ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ଏନେଇ ସୂଚନା ଦେଇଛନ୍ତି । ସେପଟେ ମୁଖ୍ୟ ନିର୍ବାଚନ କମିଶନର୍ ବୁଧବାର ରାତିରେ ଭୁବନେଶ୍ୱରରେ ପହଞ୍ଚିବେ । ଆସନ୍ତା ୧୪ ଓ ୧୫ ତାରିଖ ଦୁଇଦିନ ଧରି ସେ ରାଜ୍ୟରେ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିବେ ବୋଲି ସୁରେନ୍ଦ୍ର କୁମାର କହିଛନ୍ତି ।