ଓଡିଆନ୍ ନ୍ୟୁଜ

165

ବଢ଼ିଲା ଝୋଟର ଏମଏସପି

Team Odian News |

ବଢ଼ିଲା ଝୋଟର ଏମଏସପି


 ନୂଆଦିଲ୍ଲୀ,୧୩/୨(ଓଡ଼ିଆନ ନ୍ୟୁଜ):  କେନ୍ଦ୍ର କ୍ୟାବିନେଟ ଆଜି ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି)କୁ କ୍ୱିଣ୍ଟାଲ ପିଛା ୩୭୦୦ ଟଙ୍କାରୁ ୩୯୫୦ ଟଙ୍କାକୁ ବୃଦ୍ଧି କରିଛନ୍ତି । ୨୦୧୯-୨୦ ଫସଲ ବର୍ଷ ପାଇଁ ଏହି ଏମଏସପି ଲାଗୁ ହେବ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ କମିଟି ଏହାକୁ ମଞ୍ଜୁରୀ ଦେଇଛି । ଏହା ଦ୍ୱାରା ଚାଷୀମାନେ ଉପକୃତ ହେବା ସହ ସେମାନଙ୍କ ଆୟ ବଢିବ ବୋଲି ଆଶା କରା ଯାଉଛି ।