ଓଡିଆନ୍ ନ୍ୟୁଜ

97

ଖଣି ଅଂଚଳ ଉନ୍ନୟନ ପାଇଁ ୧୦,୦୨୯ କୋଟି ଟଙ୍କାର ପ୍ରକଳ୍ପ ମଂଜୁର

Team Odian News |

ଖଣି ଅଂଚଳ ଉନ୍ନୟନ ପାଇଁ ୧୦,୦୨୯ କୋଟି ଟଙ୍କାର ପ୍ରକଳ୍ପ ମଂଜୁର


ଭୁବନେଶ୍ୱର,୧୩/୨(ଓଡ଼ିଆନ ନ୍ୟୁଜ):ଓଡ଼ିଶା ଖଣିଜ ଅଂଚଳ ଉନ୍ନୟନ ନିଗମ (ଓମ୍ବାଡ୍‌ସି) ପାଣ୍ଠି ବିନିଯୋଗରେ  ୧୦୦୨୯.୧୭ କୋଟି ଟଙ୍କାର ପ୍ରକଳ୍ପକୁ ନିରୀକ୍ଷଣ କର୍ତ୍ତୃପକ୍ଷ ଅନୁମୋଦନ କରିଛନ୍ତି। ବିଚାରପତି ଶ୍ରୀ ଏ.କେ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ  ଅନୁଷ୍ଠିତ କର୍ତ୍ତୃପକ୍ଷ ବୈଠକରେ ଏହି ପ୍ରକଳ୍ପ ଗୁଡିକୁ  ମଂଜୁର ମିଳିଛି। ରାଜ୍ୟ ଅତିଥିଭବନ ସଭା ଗୃହରେ କାଲି  ସନ୍ଧ୍ୟାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ପାଣ୍ଠି ବିନିଯୋଗ ସମ୍ବନ୍ଧିତ ବିଷୟବସ୍ତୁ  କର୍ତ୍ତୃପକ୍ଷଙ୍କ ନିକଟରେ ଉପସ୍ଥାପନ କରିଥିଲେ। ପ୍ରକଳ୍ପ ଗୁଡ଼ିକୁ ମଂଜୁରୀ ଦେଇ ଖଣି ଅଂଚଳ ମାନଙ୍କରେ ଭୂତଳ ଜଳର ଗୁଣାତ୍ମକମାନ ନିୟମିତ ବ୍ୟବଧାନରେ ପରୀକ୍ଷା କରିବା ପାଇଁ ବିଚାରପତି ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ। ଓମ୍ବାଡ୍‌ସି ପାଣ୍ଠି ବିନିଯୋଗ ବାବଦରେ ଲୋକମାନଙ୍କୁ ସଦ୍ୟତନ ସୂଚନା ଦେବା ପାଇଁ ଓମ୍ବାଡ୍‌ସି ୱେବ୍‌ସାଇଟ୍‌ ନିର୍ମାଣ କାର୍ଯ୍ୟ ତ୍ୱରାନ୍ଵିତ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ି ନିର୍ଦ୍ଦେଶ ଦେଇଥିଲେ। ପନୀୟ ଜଳ ପ୍ରକଳ୍ପ ଗୁଡ଼ିକର  ସ୍ଥିତି ଏବଂ ରକ୍ଷଣାବେକ୍ଷଣ ବାବଦରେ ଲୋକମାନଙ୍କ ମତାମତ ଜାଣିବା ଉଦ୍ଦେଶ୍ୟରେ ଜଳ ବ୍ୟବହାରକାରୀ ମାନଙ୍କର ସଂଘ ଗଢ଼ିବା ପାଇଁ ବୈଠକରେ ସ୍ଥିର ହୋଇଥିଲା।