ଓଡିଆନ୍ ନ୍ୟୁଜ

133

ଭାଲେଣ୍ଟାଇନ୍‌ ଡେ’କୁ ବିରୋଧ କରି ବଜରଙ୍ଗ ଦଳ ଶାନ୍ତିପୂର୍ଣ୍ଣ ବିକ୍ଷୋଭ

Team Odian News |

ଭାଲେଣ୍ଟାଇନ୍‌ ଡେ’କୁ ବିରୋଧ କରି ବଜରଙ୍ଗ ଦଳ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ଭୁବନେଶ୍ୱର,୧୪/୨(ଓଡିଆନ ନ୍ୟୁଜ): ଆଜି ସାରା ରାଜ୍ୟରେ ପ୍ରେମୀ ଯୁଗଳମାନେ ଭାଲେଣ୍ଟାଇନ୍‌ ଡେ’ ପାଳନ କରୁଥିବା ବେଳେ ଏହାକୁ ବଜରଙ୍ଗ ଦଳ ବିରୋଧ କରିଛି। ବିଭିନ୍ନ ପାର୍କରେ ବଜରଙ୍ଗ ଦଳ ପକ୍ଷରୁ ଶାନ୍ତିପୂର୍ଣ୍ଣ ବିକ୍ଷୋଭ କରାଯାଇଛି। ପ୍ରେମକୁ ନୁହେଁ ପାଶ୍ଚାତ୍ୟ ସଂସ୍କୃତିର ଖରପା ପରମ୍ପରାକୁ ବିରୋଧ କରାଯାଉଛି ବୋଲି ସଂଗଠନ ପକ୍ଷରୁ କୁହାଯାଇଛି। ଏହା ସହ ସେମାନେ ଯୁବକଯୁବତୀ ମାନଙ୍କୁ ସଚେତନ କରୁଛନ୍ତି। ବଜରଙ୍ଗ ଦଳ ନାଁ ରେ କେତେକ ଅସାମାଜିକ ବ୍ୟକ୍ତି ହିଂସା କାଣ୍ଡ କରୁଥିବାରୁ ଏହି ନିଆରା ପଦକ୍ଷେପ ନେଇଛନ୍ତି। ଅନ୍ୟ ପକ୍ଷରେ ବିଭିନ୍ନ ପାର୍କ ଓ ମଲ ନିକଟରେ ସୁରକ୍ଷା ବ୍ୟବସ୍ଥା ପୋଲିସ ପକ୍ଷରୁ କଡାକଡି କରାଯାଇଛି।