ଓଡିଆନ୍ ନ୍ୟୁଜ

99

ସୁଶୀଲ ଚନ୍ଦ୍ରା ନୂଆ ନିର୍ବାଚନ କମିସନର

Team Odian News |

 ସୁଶୀଲ ଚନ୍ଦ୍ରା ନୂଆ  ନିର୍ବାଚନ କମିସନର


ନୂଆଦିଲ୍ଲୀ ୧୪/୨(ଓଡିଆନ୍ ନ୍ୟୁଜ):କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ ଅଧ୍ୟକ୍ଷ ସୁଶୀଲ ଚନ୍ଦ୍ରାଙ୍କୁ ଦେଶର ନୂତନ ନିର୍ବାଚନ କମିସନର ଭାବେ ନିଯୁକ୍ତି ମିଳିଛି । ୧୯୮୦ ବ୍ୟାଚ୍‌ର ଇଣ୍ଡିଆନ୍‌ ରେଭିନ୍ୟୁ ସର୍ଭିସ୍‌ ଅଧିକାରୀ ଶ୍ରୀ ଚନ୍ଦ୍ରା ଦ୍ୱିତୀୟ ନିର୍ବାଚନ କମିସନର ଭାବେ ନିଯୁକ୍ତି ପାଇଛନ୍ତି । ବର୍ତ୍ତମାନ ପୂର୍ବତନ ପ୍ରଶାସନିକ ଅଧିକାରୀ ସୁନିଲ ଆରୋରା ନିର୍ବାଚନ କମିସନର ଥିବା ବେଳେ ଅଶୋକ ଲଭାସା ମୁଖ୍ୟ ନିର୍ବାଚନ କମିସନର ଅଛନ୍ତି। ଆଇଆଇଟିରୁ ଶିକ୍ଷାପ୍ରାପ୍ତ ଚନ୍ଦ୍ରା ବର୍ତ୍ତମାନ ଆୟକର ବିଭାଗର ଶୀର୍ଷ ନିର୍ଦ୍ଧାରକ ସଂସ୍ଥା ସିବିଡିଟିର ମୁଖ୍ୟ ଅଛନ୍ତି।