ଓଡିଆନ୍ ନ୍ୟୁଜ

101

ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ସୁରକ୍ଷା କମିଟି ବୈଠକ ଶେଷ

Team Odian News |

ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ସୁରକ୍ଷା କମିଟି ବୈଠକ ଶେଷ ନୂଆଦିଲ୍ଲୀ,୧୫/୨(ଓଡିଆନ୍ ନ୍ୟୁଜ):ପୁଲୱାମା ଆତଙ୍କୀ ଆକ୍ରମଣ ପରେ ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ସୁରକ୍ଷା କମିଟି ବୈଠକ ଶେଷ ହୋଇଯାଇଛି। ଆତଙ୍କବାଦୀ ଆକ୍ରମଣରେ ସାରା ଦେଶ ସ୍ତବ୍ଧ ହୋଇଯାଇଛି । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଚାଲିଥିବା ଏହି ସମୀକ୍ଷା ବୈଠକରେ। ଗୃହମନ୍ତ୍ରୀ ରାଜନାଥ ସିଂ, ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ, ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ, ବୈଦେଶିକମନ୍ତ୍ରୀ ସୁଷମା ସ୍ୱରାଜ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ, ତିନି ସେନାମୁଖ୍ୟ, ସିଆରପିଏଫ୍ ଡିଜି ବୈଠକରେ ସାମିଲ ହୋଇଛନ୍ତି ।ଗତକାଲି ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ୪୫ ଜଣ ଯବାନ ସହୀଦ ହୋଇଛନ୍ତି । ଏମିତି ଆକ୍ରମଣ ପୂର୍ବରୁ କେବେ ହୋଇନଥିଲା । ସ୍ଥିତିର ସମୀକ୍ଷା ପାଇଁ ଗୃହମନ୍ତ୍ରୀ ରାଜନାଥ ସିଂହ ଶ୍ରୀନଗର ଯିବେ । ସେହିପରି ତଦନ୍ତ କରିବା ପାଇଁ ଏନଆଇଏର ଏକ ଟିମ୍ ପୁଲୱାମା ଯାଇଛନ୍ତି । ସେପଟେ ଜମ୍ମୁ କାଶ୍ମୀରରେ ମୁତୟନ ସୁରକ୍ଷାକର୍ମୀଙ୍କର ଆଜି ଗୁରୁତ୍ୱପୂଣ୍ଣ ବୈଠକ ବସିବ । ଏଥିରେ ସିଆରପିଏଫର ଉଚ୍ଚ ପଦସ୍ଥ ଅଧିକାରୀ ସାମିଲ ହେବେ । ଆତଙ୍କବାଦୀ ଆକ୍ରମଣ ପରେ ଦକ୍ଷିଣ କାଶ୍ମୀରରେ ମୋବାଇଲ୍ ଇଂଟରନେଟ୍ ସେବା ବନ୍ଦ ରଖାଯାଇଛି । ଶ୍ରୀନଗରରେ ମୋବାଇଲ ଡାଟାକୁ ୨ଜି ବେଗରେ ହ୍ରାସ କରାଯାଇଛି । ଏହି ବୈଠକ ପରେ କଡ଼ା ଆଭିମୁଖ୍ୟ ସରକାର ରଖିଥିବା ଜେଟିଲୀ ଜଣାଇଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ କରାଯାଇ କୁହାଯାଇଛି ଯେ ସରକାର ଓ ସେନା ସହ ଆମେ ଅଛୁ। ଏହି ଆକ୍ରମଣ ଭାରତର ଆତ୍ମ ଉପରେ ହୋଇଛି। ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ବିରୁଦ୍ଧରେ ଦୃଢ ପଦକ୍ଷେପ ନେଇଛି। ଭାରତ ଏବେ ମୋଷ୍ଟ ଫେଭର୍‌ଡ ନେସନ୍‌ ମାନ୍ୟତାରୁ ପାକିସ୍ତାନକୁୁ ବାଦ୍‌ ଦେଲା। ଏ ସଂପର୍କରେ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟ୍‌ଲୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ୨୦୧୬ ସେପ୍ଟେମ୍ବରରେ ଏଭଳି ଆତଙ୍କବାଦୀ ଆକ୍ରମଣ ଯେତେବେଳେ ହୋଇଥିଲା, ସେତେବେଳେ କେନ୍ଦ୍ର ସରକାର ପାକିସ୍ତାନ ବିରୁଦ୍ଧରେ ଏଭଳି କଡ଼ା ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇ ପାରିନଥିଲେ , କିନ୍ତୁ ଏବେ ଏଥିଲାଗି ବିଦେଶ ମନ୍ତ୍ରାଳୟ ଏ ନେଇ ପ୍ରକ୍ରିୟା ଆରମ୍ଭ କରିଛି। ଏହାଫଳରେ ପାକିସ୍ତାନ ଅଲଗା ହୋଇଯିବ ବୋଲି ଅରୁଣ ଜେଟ୍‌ଲୀ କହିଛନ୍ତି।