ଓଡିଆନ୍ ନ୍ୟୁଜ

156

କାଲି ୨ ମିନିଟ୍‌ର ନିରବ ପ୍ରାର୍ଥନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ

Team Odian News |

କାଲି ୨ ମିନିଟ୍‌ର ନିରବ ପ୍ରାର୍ଥନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ 


ଭୁବନେଶ୍ୱର,୧୫/୨(ଓଡ଼ିଆନ ନ୍ୟୁଜ): କାଶ୍ମୀରର ପୁଲୱାମା ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କ ସମ୍ମାନରେ ଆସନ୍ତାକାଲି ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନରେ ୨ ମିନିଟ୍‌ର ନିରବ ପ୍ରାର୍ଥନା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁରୋଧ କରିଛନ୍ତି। ଆସନ୍ତାକାଲି ଦିନ ୧୧ଟା ସମୟରେ ଏକକାଳୀନ ରାଜ୍ୟବ୍ୟାପୀ ଏହି ନିରବ ପ୍ରାର୍ଥନା କରାଯିବ।ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଜଗତସିଂହପୁର ଜିଲ୍ଲା ନାଉଗାଁର ପ୍ରସନ୍ନ ସାହୁ ଓ କଟକ ଜିଲ୍ଲା ନିଆଳିର ରତନପୁର ଗାଁର ମନୋଜ କୁମାର ବେହେରା ସହିଦ୍ ହୋଇଥିଲେ। ଦୁଇ ସହିଦ୍‌ଙ୍କ ପରିବାରକୁ ୧୦ଲକ୍ଷ ଟଙ୍କା ଲେଖାଁଏ ସହାୟତା ଦେବା ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ସେହିପରି ଶୋକସନ୍ତପ୍ତ ପରିବାରକୁ ଭେଟିବା ପାଇଁ ୨ଜଣ ମନ୍ତ୍ରୀ ଶଶିଭୂଷଣ ବେହେରା ଓ ପ୍ରତାପ ଜେନାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।  କାଲିର ଏହି ଆକ୍ରମଣରେ ୪୪ ଯବାନ ସହିଦ ହୋଇଥିଲେ। କେବଳ ଶିକ୍ଷାନୁଷ୍ଠାନ କାହିଁକି ସହିଦଙ୍କ ସମ୍ମାନରେ ଆପଣମାନେ ଏହି ୨ ମିନିଟ୍‌ର ନିରବ ପ୍ରାର୍ଥନାରେ ସାମିଲ ହୁଅନ୍ତୁ ।