ଓଡିଆନ୍ ନ୍ୟୁଜ

197

ଆତଙ୍କବାଦୀ ଆକ୍ରମଣ ପ୍ରତିବାଦରେ, ୧୮ରେ ଭାରତୀୟ ବ୍ୟବସାୟୀ ସଂଘ ପକ୍ଷରୁ ବନ୍ଦ ଡାକରା

Team Odian News |

 ଆତଙ୍କବାଦୀ ଆକ୍ରମଣ ପ୍ରତିବାଦରେ, ୧୮ରେ ଭାରତୀୟ ବ୍ୟବସାୟୀ ସଂଘ ପକ୍ଷରୁ ବନ୍ଦ ଡାକରା 


ଭୁବନେଶ୍ୱର,୧୬/୨(ଓଡ଼ିଆନ ନ୍ୟୁଜ): ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ସାରା ଦେଶରେ ଆକ୍ରୋଶ ଦେଖାଯାଇଥିବା ବେଳେ ପାକିସ୍ତାନକୁ ଦୃଢ଼ ଜବାବ ଦେବା ପାଇଁ ସ୍ୱର ଉଠିଛି । ଆଉ ଏଭଳି ଅବସ୍ଥାରେ ଆତଙ୍କବାଦୀଙ୍କୁ ନିପାତ କରିବା ଉପରେ ଆଲୋଚନା କରିବାକୁ ନୂଆଦିଲ୍ଲୀର ସଂସଦ ଭବନରେ ଆଜି ସକାଳେ ବସିଥିଲା ସର୍ବଦଳୀୟ ବୈଠକ । ବୈଠକରେ ସମସ୍ତ ରାଜନୈତିକ ଦଳର ବରିଷ୍ଠ ନେତାମାନେ ସାମିଲ ରହିବା ସହ ସରକାରଙ୍କୁ ସମର୍ଥନ ଜାଣିଥିଲେ  । ସର୍ବଦଳୀୟ ବୈଠକ ପରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ସୂଚନା ଦେଇ କହିଛନ୍ତି  ଆକ୍ରମଣର ଜବାବ ଦେବାକୁ ସେନାକୁ ଦିଆଯାଇଛି ପୂର୍ଣ୍ଣ ସ୍ବାଧୀନତା, ରାଜ୍ୟର କିଛି ଲୋକ ସୀମା ଆରପଟୁ ଆସୁଥିବା ଇସାରାରେ ଚାଲୁଛନ୍ତି, ପୂରା ଦେଶ ଆତଙ୍କବାଦ ବିରୋଧରେ ଲଢୁଛି, ଶେଷ ଯାଏ ଲଢ଼ିବ। ଅନ୍ୟପକ୍ଷରେ ଆଜି ୨ ଓଡ଼ିଆ ସହିଦ ଯବାନଙ୍କ ମରଶରୀର ଜନ୍ମ ମାଟିରେ ପହଁଚିବା ସହ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି। ଭୁବନେଶ୍ବର ବିମାନବନ୍ଦରରେ ୨ ସହିଦଙ୍କୁ ଦିଆଗଲା ଗାର୍ଡ ଅଫ ଅନର, ଜନ୍ମମାଟି ଅଭିମୁଖେ ୨ ସହିଦ ମନୋଜ ଓ ପ୍ରସନ୍ନଙ୍କ ମରଶରୀର ଯାଇଥିଲା । ସହିଦଙ୍କ ନାଁରେ ନାମିତ ହେବ ସହିଦଙ୍କ ଗାଁର ସ୍କୁଲ ବୋଲି ସୂଚନା ରହିଛି।  ଜଗତସିଂହପୁର ଶିଖର ଗାଁରେ ସହିଦ ପ୍ରସନ୍ନ ସାହୁଙ୍କ ଘର, କଟକ ନିଆଳିର ରତନପୁର ଗାଁରେ ସହିଦ ମନୋଜ ବେହେରାଙ୍କ ଘର।  ଆଜି  ୨ ଓଡ଼ିଆ ସହିଦଙ୍କ ପରିବାର ପାଇଁ  ସରକାରୀ ସହାୟତା ରାଶି ବଢ଼ାଇଛନ୍ତି ରାଜ୍ୟ ସରକାର।  ୧୦ ଲକ୍ଷ ପରିବର୍ତ୍ତେ ୨୫ ଲକ୍ଷ ଟଙ୍କା ଲେଖାଏଁ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କରିଛନ୍ତି । ସହିଦଙ୍କ ପିଲାଙ୍କ ପଢ଼ାଖର୍ଚ୍ଚ ମଧ୍ୟ ରାଜ୍ୟ ସରକାର ବହନ କରିବେ । ସହିଦଙ୍କ ଗାଁକୁ ମିଳିବ ଆଦର୍ଶ ପଞ୍ଚାୟତର ମାନ୍ୟତା। କାଶ୍ମୀରର ପୁଲୱାମାରେ ଆତଙ୍କବାଦୀ ଆକ୍ରମଣର ତୀବ୍ର ପ୍ରତିବାଦରେ , ଫେବ୍ରୁଆରି ୧୮ରେ ଅଖିଳ ଭାରତୀୟ ବ୍ୟବସାୟୀ ସଂଘ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି ।  ଦେଶର ସବୁ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରଖିବାକୁ ସଂଘର ଆହ୍ବାନ। ପୁଲୱାମାରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲା ରିଲାଏନ୍ସ ଫାଉଣ୍ଡେସନ, ସହିଦଙ୍କର ସବୁ ପିଲାଙ୍କ ପଢ଼ାଖର୍ଚ୍ଚ ଓ ଚାକିରି ଦାୟିତ୍ବ ନେବ ରିଲାଏନ୍ସ, ସହିଦଙ୍କ ପରିବାର ସଦସ୍ୟଙ୍କ ଭରଣପୋଷଣ ଦାୟିତ୍ବ ମଧ୍ୟ ନେବ ବୋଲି ସୂଚନା ଦେଇଛି । ଆବଶ୍ୟକ ହେଲେ ଆହତ ଯବାନଙ୍କୁ ଚିକିତ୍ସା ସୁବିଧା ଯୋଗାଇବ ରିଲାଏନ୍ସ କହିଛି ।