ଓଡିଆନ୍ ନ୍ୟୁଜ

202

‘ଦ କପିଲ ଶର୍ମା ଶୋ’ରୁ ବିଦାହେଲେ ସିଦ୍ଧୁ

Team Odian News |

‘ଦ କପିଲ ଶର୍ମା ଶୋ’ରୁ ବିଦାହେଲେ ସିଦ୍ଧୁ


ମୁମ୍ବାଇ,୧୬/୨(ଓଡ଼ିଆନ ନ୍ୟୁଜ):ଜମ୍ମୁ-କାଶ୍ମୀର ପୁଲୱାମାରେ ଆତଙ୍କବାଦୀଙ୍କ ଆକ୍ରମଣ ୪୪ ଜଣ ସିଆର୍‌ପିଏଫ୍ ଯବାନ ସହିଦ ହୋଇଥିବା ବେଳେ କଂଗ୍ରେସ ନେତା ନବଜୋତ୍‌ ସିଂ ସିଦ୍ଧୁଙ୍କ ପାକିସ୍ତାନ ପ୍ରମ କମିନି କହିଲେ ଚଳେ । ସାରା ଦେଶ ଏହିଘଟଣାରେ ସ୍ତବ୍ଧ ହେବା ସହ ପାକିସ୍ତାନକୁ ଶାସ୍ତି ଦେବାପାଇଁ ସ୍ୱର ଉଠାଇଥିବା ବେଳେ ସିଦ୍ଧୁ ମଧ୍ୟ ଘଟଣାର ନିନ୍ଦା କରିଥିଲେ । ଏହା ସହ ଘଟଣା ନେଇ ସେ କହିଥିଲେ ଆତଙ୍କବାଦୀଙ୍କର କୌଣସି ଦେଶ ନଥାଏ କେତେଜଣ ଲୋକଙ୍କୁ ପାଇଁ ସାରା ଦେଶକୁ ଦୋଷ ଦେବା ଠିକି ନୁହେଁ । ଏହାସହ ସେ କହିଥିଲେ କୌଣସି ସମସ୍ୟାର ସମାଧାନ ଭାରତ ଓ ପାକିସ୍ତାନ ଆଲୋଚନା ଦ୍ୱାରା ହୋଇପାରିବ । ସିଦ୍ଧୁଙ୍କ ଏହି ବିବାଦୀୟ ମନ୍ତବ୍ୟ ନିଅଁରେ ଘିଅ ଢ଼ାଳିଲା ଭଳି ଥିଲା କହିଲେ ଭୁଲୁ ହେବନାହିଁ । ତାଙ୍କର ଏହି ବିବାଦୀୟ ବୟାନ ପାଇଁ କଂଗ୍ରେସ ମୁଖ୍ୟ କଡ଼ା ଆଭିମୁଖ୍ୟ ଦେଖାଇଥିବା ବେଳେ ତାଙ୍କୁ ‘ଦ କପିଲ ଶର୍ମା ଶୋ’ ରୁ ବାହାର କରା ଯାଇଥିବାର ସୂତ୍ରରୁ ଜଣା ପଡିଛି । ତାଙ୍କ ସ୍ଥାନରେ ଅର୍ଚ୍ଚନା ପୁରଣ ସିଂକୁ ନିଆଯାଇ ଥିବାର ଜଣାପଡିଛି । ସିଦ୍ଧୁଙ୍କ ଏହି ବିବାଦୀୟ ବୟାନ ପରେ ସୋସିଆଲ ମିଡିଆରେ ଆକ୍ରୋଶ ବଢିବା ସହ ‘ଦ କପିଲ ଶର୍ମା ଶୋ’ ରୁ ବାହାର କରାଯାଉ ବୋଲି ଦାବି ଜୋର ଧରିଥିଲା ।