ଓଡିଆନ୍ ନ୍ୟୁଜ

246

କ୍ୟାନସର ରୋଗୀଙ୍କୁ ଓଡିଶାରେ ମିଳିବ ଉନ୍ନତ ଚିକିତ୍ସା, ପ୍ରତିଷ୍ଠା ହେବ କ୍ୟାନ୍ସର ହସ୍ପିଟାଲ ଓ ଗବେଷଣା କେନ୍ଦ୍ର

Team Odian News |

କ୍ୟାନସର ରୋଗୀଙ୍କୁ ଓଡିଶାରେ ମିଳିବ ଉନ୍ନତ  ଚିକିତ୍ସା, ପ୍ରତିଷ୍ଠା ହେବ କ୍ୟାନ୍ସର ହସ୍ପିଟାଲ ଓ ଗବେଷଣା କେନ୍ଦ୍ର

ଭୁବନେଶ୍ୱର,୧୭,୨(ଓଡ଼ିଆନ ନ୍ୟୁଜ): ଆଜି  ଭୁବନେଶ୍ୱର ନିକଟସ୍ଥ ବାରଙ୍ଗର ରତାଗଡ଼ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଟାଟା ଟ୍ରଷ୍ଟର ମୁଖ୍ୟ ରତନ ଟାଟା ‘ଓଡ଼ିଶା କ୍ୟାନ୍‌ସର୍‌ ହସ୍‌ପିଟାଲ୍‌ ଆଣ୍ଡ୍‌ ରିସର୍ଚ ସେଣ୍ଟର’ର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଟାଟା ଟ୍ରଷ୍ଟ୍‍ ସହଯୋଗରେ ଏହି ହସ୍‌ପିଟାଲ୍‌ ନିର୍ମାଣ କରାଯିବ। ମୁମ୍ବାଇସ୍ଥିତ ଟାଟା ମେମୋରିଆଲ୍‌ ହସ୍‌ପିଟାଲ୍‌ ଶୈଳୀରେ ଏହି ଚିକିତ୍ସଲୟ  ନିର୍ମାଣ କରାଯିବ। ଏଥିପାଇଁ ରାଜ୍ୟ ସରକାର ୨୫ ଏକର ଜମି ଯୋଗାଇ ଦେବେ । ୫ଶହ କୋଟି ବ୍ୟୟରେ ୫ଶହ ଶଯ୍ୟା ବିଶିଷ୍ଟ ହେବ ଏହି ହସ୍ପିଟାଲର  ।ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବରେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା, କଟକ ସାଂସଦ ଭର୍ତ୍ତୃହରି ମହତାବ, ଟାଟା ଟ୍ରଷ୍ଟର ମୁଖ୍ୟ ରତନ ଟାଟା, ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।