ଓଡିଆନ୍ ନ୍ୟୁଜ

182

ପୁଲ୍‌ଓ୍ୱାମା ଆକ୍ରମଣର ପ୍ରତିବାଦରେ ଆଜି ଦେଶବ୍ୟାପୀ ବ୍ୟବସାୟୀକ ପ୍ରତିଷ୍ଠାନ ବନ୍ଦ

Team Odian News |

ନୂଆଦିଲ୍ଲୀ/ଭୁବନେଶ୍ୱର:୧୮,୨(ଓଡ଼ିଆନ ନ୍ୟୁଜ) ପୁଲ୍‌ଓ୍ୱାମାରେ ଆତଙ୍କବାଦୀ ଆକ୍ରମଣର ପ୍ରତିବାଦରେ ସର୍ବ ଭାରତୀୟ ବ୍ୟବସାୟୀ ମହାସଂଘ ଆଜି ବନ୍ଦ ପାଳନ କରୁଛି। ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ସହିତ ଏହି ଆକ୍ରମଣକୁ ନିନ୍ଦା କରି ରାଜ୍ୟ ସମେତ ଦେଶର ବିଭିନ୍ନ ବ୍ୟବସାୟୀ ସଂଘ ଏହି ବନ୍ଦକୁ ସମର୍ଥନ କରିଛନ୍ତି। ଆଜି ଅପରାହ୍ନ ୪ଟା ଯାଏ ଦୋକାନ ବଜାର ନ ଖୋଲିବାକୁ ବ୍ୟବସାୟୀମାନେ ନିଷ୍ପତ୍ତି ନେଇଛନ୍ତି।ପୁଲ୍‌ୱାମା ହମ୍‌ଲାରେ ସହିଦ ହୋଇଥିବା ଦୁଇ ଓଡ଼ିଆଙ୍କ ପରିବାରକୁ ବ୍ୟବସାୟୀ ସଂଘ ପକ୍ଷରୁ ଅନୁକମ୍ପା ମୂଳକ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି କଟକ ଚାମ୍ବର୍ ଅଫ୍ କମର୍ସ ପକ୍ଷରୁ କୁହାଯାଇଛି। ତେବେ ବ୍ୟବସାୟୀଙ୍କ ଏହି ବନ୍ଦ ପାଳନ ଯୋଗୁ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହେବନାହିଁ ବୋଲି ବ୍ୟବସାୟୀ ସଂଘ ପକ୍ଷରୁ କୁହାଯାଇଛି।